ଏମିତି ନୂଆବର୍ଷ ପାଳିଲେ ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା

ନନ୍ଦିଘୋଷ ବ୍ୟୁରୋ: ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଲୋକେ । ବର୍ଷ ଆରମ୍ଭରୁ କିଛି ଖୁସିର ମୁହୂର୍ତ୍ତ ବିତାଇବା ପାଇଁ ସମସ୍ତେ ଚେଷ୍ଟା କରିଛନ୍ତି । ବଲିଉଡ କଳାକାରମାନେ ନିଜର ନୂତନ ବର୍ଷକୁ ନିଆରା ଢ଼ଙ୍ଗରେ ପାଳନ କରିଥିବା ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ନିକଟରେ ବିବାହ କରିଥିବା ସାଂସଦ ରାଘବ ଚଢ଼ା ଏବଂ ପରିଣୀତି ଚୋପ୍ରା ମଧ୍ୟ ନିଜର ନୂଆବର୍ଷ ପାଳନର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ୟୁଜର୍ସମାନେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଦମ୍ପତ୍ତି ଏବେ ଳଣ୍ଡନରେ ଛୁଟି କଟାଉଥିବା ନଜର ଆସିଛନ୍ତି । ଲଣ୍ଡନରୁ ନୂଆବର୍ଷରେ ନିଜର ଫ୍ୟାନ୍ସଙ୍କ ପାଇଁ ସୁନ୍ଦର ସୁନ୍ଦର ଫଟୋମାନ ପୋଷ୍ଟ କରିଛନ୍ତି ।

ପରିଣୀତି ଏବଂ ରାଘବଙ୍କ ଫଟୋରେ ସେମାନଙ୍କ ଭଲ ପାଇବା ଦେଖିବାକୁ ମିଳିଛି । ଉଭୟ ରୋମାଣ୍ଟିକ ମୁଡରେ ନଜର ଆସିଛନ୍ତି । ପରିଣୀତି କେଉଁ ଫଟୋରେ ରାଘବ ଉପରେ ବସିଛନ୍ତି ତ ଆଉ କେଉଁ ଫଟୋରେ ଛାତିରେ ମଥା ଦେଇ ରହିଛନ୍ତି । ତେବେ ଅନ୍ୟ ଏକ ଫଟୋରେ ପରିଣୀତିଙ୍କ ଭାଇ ମଧ୍ୟ ନଜର ଆସିଛନ୍ତି । ନୂଆବର୍ଷରେ ଫ୍ୟାନ୍ସଙ୍କ ପାଇଁ ଏହିସବୁ ଫଟୋମାନ ଫୋଷ୍ଟ କରିଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ କରିବା ସହ ସେୟାର ମଧ୍ୟ କରୁଛନ୍ତି ।