ବ୍ରହ୍ମୋସ୍ ଅପଗ୍ରେଡେସନ୍ ସଫଳ; ଟ୍ୱିଟ୍ କରି ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ…

1 min read

ବାଲେଶ୍ୱର: ଦେଶକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ଚାନ୍ଦିପୁର, ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ, ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ପରୀକ୍ଷା କରିଛି । ଏହି ମିସାଇଲକୁ ଅପଗ୍ରେଡ କରି ଏହାର ପରିକ୍ଷେଣ କରାଯାଉଥିଲା । ଏବେ ପରୀକ୍ଷା ସଫଳ ହୋଇଥିବା ନେଇ ସୂଚନା ରହିଛି । ଏହି ଅପଗ୍ରେଡ ମିସାଇଲ ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଛି ।

ପିଜି-୧୦ ପ୍ରୋଜେକ୍ଟ ଅଧିନରେ ଏହି ପରୀକ୍ଷଣ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଏହି ମିସାଇଲରେ ବ୍ୟବହୃତ ହୋଇଥିବା ଏୟାର ଫ୍ରେମ ଓ ବୁଷ୍ଟର ଭାରତୀୟ ରକ୍ଷା ବିଭାଗର ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ ହୋଇଛି ।ସକାଳ ୧୦ଟା ୨୫ରେ 3ନମ୍ବର ଲଞ୍ଚ୍‌ପ୍ୟାଡ୍‌‌ରୁ କରାଯାଇଥିବା ଏହି ପରୀକ୍ଷାରୁ ସଂଗୃହୀତ ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଋଷ ଓ ଭାରତର ମିଳିତ ଉଦ୍ୟମରେ ପ୍ରସ୍ତୁତ ବ୍ରହ୍ମୋସ୍‌ ମିସାଇଲର ଏହି ପରୀକ୍ଷା ସ୍ଥଳଭାଗରୁ ସମୁଦ୍ରକୁ ଲକ୍ଷ୍ୟଭେଦ ଉଦ୍ଦେଶ୍ୟରେ କରାଯାଇଥିଲା। ବ୍ରହ୍ମୋସ୍‌ ମିସାଇଲ ସ୍ଥଳସେନା, ବାୟୁସେନା ଓ ନୌସେନାରେ 2006 ମସିହା ନଭେମ୍ବର ମାସରୁ ବ୍ୟବହାର କରାଯାଉଛି । ମିସାଇଲର ବିଭିନ୍ନ ଦିଗକୁ ବିକଶିତ କରାଯାଇ ବାରମ୍ବାର ବ୍ୟାବହାରିକ ପରୀକ୍ଷା କରାଯାଉଛି ।

ବ୍ରହ୍ମୋସ୍‌ କ୍ରୁଜ୍‌ ମିସାଇଲ ଯୁଦ୍ଧ ବିମାନ ସହିତ ବୁଡ଼ା ଜାହାଜ ଓ ସ୍ଥଳ ଭାଗରୁ ଉତ୍‌କ୍ଷେପଣ କରାଯାଇପାରିବ । ଏହାର ଓଜନ 3 ହଜାର କିଲୋଗ୍ରାମ ଥିବାବେଳେ ଲମ୍ବ 28 ଫୁଟ୍‌ ଓ ମୋଟେଇ 2ଫୁଟ୍‌ ରହିଛି । ବ୍ରହ୍ମୋସ୍‌ ମିସାଇଲ 5ଶହ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଯେକୌଣସି ଟାର୍ଗେଟ୍‌କୁ ଧ୍ବଂସ କରିପାରିବ । ଏଥିରେ 2ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଘଣ୍ଟା ପ୍ରତି 3 ହଜାର 7 ଶହ କିଲୋମିଟରରୁ ଅଧିକ ବେଗରେ ଗତି କରିପାରିବ ବ୍ରହ୍ମୋସ୍‌ ଲଦାଖରେ ଭାରତ ଚୀନ ବିବାଦ ସମୟରେ ଭାରତୀୟ ସେନାକୁ ମିଳିଥିଲା ଏହି ସଫଳତା ମନୋବଳ ବଢାଇବାରେ ସହାୟକ ହେବ ।

Leave a Reply