ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ୍ ବାବୁ

ବୌଦ୍ଧ: ମାମଲା ରଫାଦଫା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପୋଲିସ୍ ବାବୁ । ବୌଦ୍ଧ ଜହ୍ନପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ବ୍ୟବସାୟୀଙ୍କ ଠାରୁ ଏକ ମାମଲାର ରଫାଦଫା କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବ୍ୟବସାୟୀ ସପନେଶ୍ବର ଖୁଣ୍ଟିଆଙ୍କ ବିରୋଧରେ ପୂର୍ବରୁ ଏକ କେସ ଥିଲା ।

ଏହାକୁ ରଫାଦଫା କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଥାନା ଅଧିକାରୀ । ଏନେଇ ଫୁଲବାଣୀ ଭିଜିଲାନ୍ସକୁ ଜଣାଇଥିଲେ ସପନେଶ୍ବର । ଯୋଜନା ମୁତାବକ ଆଜି ଅପରାହ୍ନରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି । ତାଙ୍କ ନିକଟରୁ ଲାଞ୍ଚଟଙ୍କା ଜବତ କରାଯାଇଛି । ଚଢାଉରେ ବୌଦ୍ଧ, ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଟିମ୍ ସାମିଲ ଥିଲେ ।