spot_img

Latest Posts

ଜବରଦଖଲ କବଜାରେ କଟକ ବକ୍ସଡ୍ରେନ ରାସ୍ତା, ସୃଷ୍ଟି ହେଉଛି ଟ୍ରାଫିକ ସମସ୍ଯା

କଟକ : ରାସ୍ତା ଅବରୋଧ କଲେ ତ୍ରାହି ନାହିଁ । ପ୍ରଥମେ ସଚେତନ, ପରେ ନ ମାନିଲେ କାର୍ଯ୍ଯାନୁଷ୍ଠାନ । କଟକ ବକ୍ସଡ୍ରେନ ରାସ୍ତା ହେବ ଜିରୋ ଟଲେରାନ୍ସ ଜୋନ । ପୂର୍ବ ସରକାର ସମୟରେ କଟକର ନାଳ ସମସ୍ଯା ସୁଧାରିବାକୁ ୪ କୋଟି ଟଙ୍କା ବ୍ଯୟରେ ନିର୍ମାଣ ହୋଇଥିଲା ବକ୍ସ ଡ୍ରେନ । ଷ୍ଟିୱାର୍ଟ ସ୍କୁଲ ନିକଟରୁ ଛତ୍ରବଜାର ୩ କିଲୋମିଟର ଯାଏଁ ଡ୍ରେନ ନିର୍ମାଣ ସହ ଏହାରି ଉପରେ ଯାତାୟାତ ପାଇଁ ରାସ୍ତା ନିର୍ମାଣ କରାଯାଇଛି ।  ଏହି ରାସ୍ତା ବାହାରି ପଟ୍ଟାପୋଲ, କେଶରପୁର, ଗମ୍ମାଢିଆ, ଫ୍ରେଣ୍ଡସ କଲୋନୀ ଦେଇ ବଜ୍ରକବାଟୀ ଟ୍ରାଫିକରେ ପହଂଚି ପରେ ଛତ୍ରବଜାର ବଜାର ପର୍ଯ୍ୟନ୍ତ ଲମ୍ବିଛି । ଏହି ଯୋଜନା ଯୋଗୁଁ ରାସ୍ତା ଚଉଡ଼ା ହେବା ସହ ଟ୍ରାଫିକ ସମସ୍ଯାରେ ସୁଧାର ଆସିଛି । କିନ୍ତୁ ଅନେକ ଗାଡ଼ି ଏଠାରେ ପାର୍କିଂ କହିବା ଯୋଗୁଁ ଅବରୋଧ ହୋଇ ରହୁଛି ରାସ୍ତା । ତେଣୁ ଦୁର୍ଘଟଣା ଘଟିବା ସହ ଯାତାୟାତ ଅସୁବିଧା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ଦେଢ ବର୍ଷ ହେଲା ବକ୍ସଡ୍ରେନ ରାସ୍ତା ଯୋଗୁଁ ସହରରେ ଟ୍ରାଫିକ ସମସ୍ଯାରେ ବେଶ ସୁଧାର ଆସିଛି । ବାଉନ ବଜାର ତେପନ ଗଳି ରାସ୍ତାରେ ଭିଡ଼ ବି କମିଛି । କିନ୍ତୁ ଏହାକୁ ଅବରୋଧ କରାଯାଉଥିବାରୁ ପୁଣି ପୂର୍ବାବସ୍ଥାକୁ ଫେରିଛି କଟକ ରାସ୍ତା । ଅଭିଯୋଗ ପରେ ଅବରୋଧ ହଟାଇବାକୁ ଅଣ୍ଟା ଭିଡ଼ିଛି ପୋଲିସ । ବକ୍ସଡ୍ରେନ ରାସ୍ତାକୁ ଜିରୋ ଟଲେରାନ୍ସ ଜୋନ ଘୋଷଣା କରିବା ସହ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ଡିସିପି । ଯଦି ଲୋକେ ନ ମାନନ୍ତି, ତେବେ ସେମାନଙ୍କ ବିରୋଧର ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ । ପ୍ରସାସନର ଅବହେଳାରୁ ଜବରଦଖଲକାରୀଙ୍କ କବଜାକୁ ଗଲାଣି ବକ୍ସଡ୍ରନ୍ ରାସ୍ତା । ତେଣୁ ବିଳମ୍ବରେ ହେଲେ ବି ପୋଲିସ ପଦକ୍ଷେପ ନେଉଥିବାରୁ ଏହାକୁ ସ୍ବାଗତ କରିଛନ୍ତି କଟକବାସୀ ।

Latest Posts

Don't Miss