ଓଲଟିଲା ଯାତ୍ରୀବାହୀ ବସ୍‌, ୨୦ରୁ ଉର୍ଦ୍ଧ୍ୱ ଆହତ

1 min read
BUS ACCIDENT‌

ସୋର: ପୁଣି ଏକ ଅଭାବନୀୟ ଘଟଣା । ଓଲଟିଲା ଯାତ୍ରୀବାହୀ ବସ୍‌ । ୨୦ ରୁ ଉର୍ଦ୍ଧ୍ୱ ଗୁରୁତର । ଏଭଳି ଘଟଣା ଘଟିଛି ବାଲେଶ୍ୱର ସୋର ନିକଟରେ । ଯାତ୍ରୀବାହୀ ବସ୍‌ ‘ଚକାଡୋଳା’ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ୧୬ନଂ ଜାତୀୟ ରାଜପଥ ସୋର ତହସିଲ ଆଗରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଛି ।

ସ୍ଥାନୀୟ ଲୋକ ଏହା ଦେଖି ତୁରନ୍ତ ସେଠାକୁ ଦଉଡ଼ି ଆସିଥିଲେ । ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଉଦ୍ଧାରକାରୀ ଦଳମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସୋର ପୋଲିସ ଓ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଟି କାହିଁକି ହେଲା ଓ କେଉଁ ପରିସ୍ଥିତିରେ ହେଲା ସେନେଇ ସ୍ଥାନୀୟ ଲୋକ ତଥା ପ୍ରତ୍ୟେକ୍ଷଦର୍ଶୀଙ୍କ ମତାମତ ନିଆଯିବ । ସେମାନଙ୍କ ବୟାନ ରେକର୍ଡ କରାଯିବ । ଡ୍ରାଇଭର ଓ ହେଲପରକୁ ମଧ୍ୟ କାବୁ କରାଯିବ । ଏହି ଘଟଣାରେ ଯଦି କେହି ଦାୟୀ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିଭଳି ଗଜପତି ଜିଲ୍ଲା କତଲକଇଠ ଛକଠାରେ ଆମ୍ବୁଲାନ୍ସ ଧକ୍କାରେ ୧୫ ବର୍ଷୀୟା ବାଳିକା ମୃତ । ମୃତକ କତଲକଇଠ ଗ୍ରାମର ରେଡ଼ି ଦଣ୍ଡାସୀଙ୍କ ଝିଅ ରେଡ଼ି ଲକ୍ଷ୍ମୀ । ଘରୋଇ ଆମ୍ବୁଲାନ୍ସ OD07J1039 ଦୃତ ଗତିରେ ପାରଳାଖେମୁଣ୍ଡି ପଟରୁ ଆସୁଥିବା ବେଳେ କତଲକଇଠ ଛକ ଠାରେ ଲକ୍ଷ୍ମୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି ।

Leave a Reply