କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୫ ଘଣ୍ଟାର ବୈଠକ: ମନ୍ତ୍ରିମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା

କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଘନ ଘନ ବୈଠକ । ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରବି ଶଙ୍କର ପ୍ରସାଦ ଓ ଜିତେନ୍ଦ୍ର ସିଂହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳ ବଦଳ ନେଇ ଆକଳନ କରିଛନ୍ତି ରାଜେନୖତକ ସମୀକ୍ଷକ ଓ ଦଳୀୟ ନେତା । ତେବେ ଏଯାବତ୍ ଏ ନେଇ କୌଣସି ପ୍ରକାର ବିଧିବଦ୍ଧ ଘୋଷଣା ହୋଇନାହିଁ ।

ସୂଚନା ମୁତାବକ କେନ୍ଦ୍ରୀ ମନ୍ତ୍ରୀଙ୍କ ସହ ଦୀର୍ଘ ୫ ଘଣ୍ଟା ଧରି  ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ  ।  ଏହି ସୟରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମନ୍ତ୍ରାଳୟ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରିବୁଝିବା ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି । କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ରାଷ୍ଟ୍ର ପାହ୍ୟାର କୃଷି ମନ୍ତ୍ରୀ, ମତ୍ସ୍ୟ ଓ ପଶୁ ପାଳନ, ଆଦିବାସୀ କଲ୍ୟାଣ,  ସହରାଞ୍ଚଳ ବିକାଶ, ସଂସ୍କୃତି ବିଭାଗ, ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟନ୍ୱୟନ, ବେସାମରିକ ବିମାନ ଚଳାଚଳନ, ରେଳବାଇ, ଖାଦ୍ୟ ଓ ଖାଉଟୀ କଲ୍ୟାଣ, ଜଳ ଶକ୍ତି, ପେଟ୍ରୋଲିୟମ୍ ବିଭାଗ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏଯାବତ୍ କ୍ୟାବିନେଟ୍ ସମ୍ପ୍ରସାରଣ ଓ ଅଦଳବଦଳ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । କିନ୍ତୁ ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ ବୋଲି ରାଜେନୖତିକ ସମୀକ୍ଷକମାନେ ମତ ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମହାମାରୀ ଭୂତାଣୁକୁ ନଷ୍ଟ କରିଦେବ ମାସ୍କ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱୀକୃତି

Leave a Reply