spot_img

Latest Posts

ସରିଲା ଜମ୍ମୁ ଓ କାଶ୍ମୀର ବିଧାନସଭା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ ଓ କାଶ୍ମୀର ବିଧାନସଭା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ। ଶେଷ ଦିନରେ ପ୍ରାଣମୂର୍ଚ୍ଛା ପ୍ରଚାର କରିଛନ୍ତି ବିଭିନ୍ନ ଦଳର ନେତା। ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ ଲାଗି ଆସନ୍ତା ଅକ୍ଟୋବର ୧ରେ ୪୦ଟି ବିଧାନସଭା ଆସନରେ ଭୋଟ ହେବ। ଜମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଓ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ସଚିନ ପାଇଲଟ। କଂଗ୍ରେସ ଓ ନ୍ଯାସନାଲ କନଫରେନ୍ସର ମିଳିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେମାନେ କରିଛନ୍ତି ନିବେଦନ। କାଠୁଆରେ ଖଡଗେ ପ୍ରଚାର କରିଥିବାବେଳେ ଉଦ୍ଧମପୁର ୱେଷ୍ଟ, ବଣି ଓ ନାଗରୋଟାରେ ପ୍ରଚାର କରିଛନ୍ତି ସଚିନ। ଜମ୍ମୁ ଓ କାଶ୍ମୀରବାସୀଙ୍କ ଲାଗି ୭ ଗ୍ଯାରେଣ୍ଟି ପୂରଣ କରାଯିବ। ପ୍ରତି କୃଷକ,  ମହିଳାଙ୍କୁ ମାସିକ ୩ ହଜାର ଟଙ୍କା ସହାୟତା ଦିଆଯିବ। ବେକାରଙ୍କୁ ମାସିକ ୩ ହଜାର ୫ ଶହ ଟଙ୍କା ଭତ୍ତା ଦିଆଯିବ। ପ୍ରତି ଶସ୍ଯ ଲାଗି ବୀମା ଦିଆଯିବ। ମାସକ ମଧ୍ଯରେ ୧ ଲକ୍ଷ ଖାଲି ପଦବୀ ପୂରଣ କରାଯିବ। ଜମ୍ମୁ ଓ କାଶ୍ମୀରକୁ ରାଜ୍ଯମାନ୍ଯତା ଦେବା ଲାଗି କଂଗ୍ରେସ ଲଢିବ ବୋଲି କହିଛନ୍ତି ଖଡଗେ।

Latest Posts

Don't Miss