ଲୀଳା ଲଗାଇଛି ନିଳାଚଳିଆ: ଭାବର ଭଗବାନଙ୍କ ପାଖରେ ନାହିଁ ଆଜି ଭକ୍ତଙ୍କ ଭିଡ଼

ଗଡ଼ିବ ରଥ ଭିଜିବ ନେତ୍ର । ମନ ପ୍ରାଣ ଆତ୍ମା ସବୁ ଆଜି ଜଗନ୍ନାଥମୟ । ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ । କେବଳ ଅପକ୍ଷା ଗଡ଼ ଗଡ଼ ହୋଇ ୩ ରଥ ବଡ଼ଦାଣ୍ଡରେ ଗଡ଼ିବାକୁ । ଭକ୍ତ ଭାବରେ ବନ୍ଧା ମହାପ୍ରଭୁ। କୋଟି ଭକ୍ତଙ୍କ ଭାବର ଭଗବାନ । କଥାରେ ଅଛି ଭାବ ନଥିଲେ ଭାବ ବିନୋଦିଆ ଦେଖା ଦେବନି । ସେଥିପାଇଁ ଆଜି କଠିନ ପରୀକ୍ଷାର ସାମ୍ନା କରିଛନ୍ତି କୋଟି ଭକ୍ତ । କେତେ ପ୍ରାର୍ଥନା କେତେ ଅଳି କେବଳ ରଥଯାତ୍ରା ପାଇଁ । ଏତେ ସବୁ ପରେ କେମିତି ବା ରହିଥାନ୍ତେ ମନ୍ଦିର ଭିତରେ ଚତୁର୍ଦ୍ଧାମୂର୍ତ୍ତି । ସେଥିପାଇଁ ଟାହିଆ ହଲେଇ ଆଉ କିଛି ସମୟ ପରେ ଛୁଟି ଆସିବେ ଚତୁର୍ଦ୍ଧାମୂର୍ତ୍ତି ।

ରଥାରୂଢ଼ ହେବେ ବଡ଼ ଭାଇ ବଳଭଦ୍ର, ଗେହ୍ଲି ଭୁଉଣୀ ମା ଶୁଭଦ୍ରା ଏବଂ ମହାପ୍ରଭୁ କାଳିଆ ସାଆନ୍ତ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ହେବ ଭକ୍ତିର ଯାତ୍ରା । ହେଲେ ଯେଉଁ ବଡ଼ ଦାଣ୍ଡ ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ ହୁଳହୁଳିରେ ଫାଟି ପଡ଼ୁଥିଲା ଆଜି ସେ ବଡ଼ଦାଣ୍ଡ ଖାଁ ଖାଁ । କୋଟି ଭକ୍ତଙ୍କ ଲୁହରେ ଯେଉଁ ପଥ ତାହା ଭିଜୁଥିଲା ଆଜି ସୁଖିଲା । କାରଣ କରୋନା କଟକଣା ଆଜି ପ୍ରତିବନ୍ଧକ ସାଜିଛି ଭକ୍ତ ଓ ଭଗବାନଙ୍କ ଭିତରେ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ହେଉଛି ରଥଯାତ୍ରା । ହରିବୋଲ ହୁଳହଳିରେ ଲୁଚି ଯାଉଥିବା ରଥର ଘଡ଼ ଘଡ଼ ଶବ୍ଦ ଆଜି ଜୋରେ ଶୁଭିବ । କାରଣ ବିନା ଭକ୍ତରେ ହେଉଛି ରଥଯାତ୍ରା ।

Leave a Reply