ତାଜା ଖବର ବାଲିଗୁଡ଼ା: ଖସିଲା ପାରଦ, ବଢ଼ିବାରେ ଲାଗିଛି ଶୀତ । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ । December 6, 2019
ତାଜା ଖବର ବାଲେଶ୍ୱର: ସୋର ଥାନାର ଏଏସଆଇ ମୀନକେତନ ସିଂ ନିଲମ୍ବିତ । ନିଲମ୍ବନ କଲେ ପୂର୍ବାଞ୍ଚଳ ଡିଆଇଜି । ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିବାବେଳେ ଅଭିଯୁକ୍ତ ଦର୍ଶାଇ ମାମଲା ରୁଜୁ କରିଥିଲେ ଏଏସଆଇ । December 5, 2019
ତାଜା ଖବର ଭୁବନେଶ୍ୱର: କୋଣାର୍କ ଉତ୍ସବକୁ ଆସିଥିବା ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧନା । ଲୋକସେବା ଭବନରେ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତିଥି ଶିଳ୍ପୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କଳା ପରମ୍ପରା ଉପରେ ଅବଗତ କରାଇଲେ । December 5, 2019
ତାଜା ଖବର କଟକ: ମଦୁଆ ବସ୍ ଡ୍ରାଇଭର ଗିରଫ । ମଦ ପିଇ କଟକ-ସାଲେପୁର ରୁଟରେ ବସ୍ ଚଳାଉଥିବା ବେଳେ ଡ୍ରାଇଭର ଗିରଫ, ବସ୍ ଜବତ କଲା ସାଲେପୁର ପୋଲିସ । December 5, 2019
ତାଜା ଖବର ଭୁବନେଶ୍ୱର : ନନ୍ଦନକାନରରେ ମଣିପୁରୀ ହରିଣର ମୃତ୍ୟୁ । ପ୍ରସବ ବେଳେ ହରିଣର ମୃତ୍ୟୁ ହୋଇଥିବା ସୂଚନା ଦେଲେ ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ ଦାସ । ଏବେ ମଣିପୁରୀ ହରିଣଙ୍କ ସଂଖ୍ୟା ୧୩ରୁ ଖସି ୧୨ରେ ପହଞ୍ଚିଲା । December 5, 2019
ତାଜା ଖବର ପୁରୀ: ଶିବମ ହୋଣ୍ଡାକୁ ଲକ୍ଷେ ଟଙ୍କା ଫାଇନ୍ । ନମ୍ବର ବିହୀନ ଗାଡ଼ି ବିକ୍ରି କରିଥିବାରୁ ଫାଇନ୍ କଲେ ଏମଭିଆଇ । ସମୁଦ୍ର କୂଳ ଥାନା ଅଞ୍ଚଳରେ ପୋଲିସ ଓ ଏମଭିଆଇର ଚେକିଂ ବେଳେ ଧରା ପଡ଼ିଥିଲା ନମ୍ବର ବିହୀନ ମୋପେଡ୍ । December 5, 2019
ତାଜା ଖବର ଯାଜପୁର: ସୁକିନ୍ଦା ବ୍ଲକ ବାଲିଆ ପ୍ରାଥମିକ ବିଦ୍ୟାଳୟର ଗଣଶିକ୍ଷକ ମକରନ୍ଦ ମହନ୍ତ କାର୍ଯ୍ୟରୁ ଅନ୍ତର । ଗତ ୪ ତାରିଖରେ ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ କରିଥିଲେ ମକରନ୍ଦ । ମକରନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସୂଚନା । December 5, 2019
ତାଜା ଖବର ରାଜଧାନୀରେ ବ୍ୟାଙ୍କ୍ ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହ । ମୃତକ ଜଣଙ୍କ ହେଲେ ରଞ୍ଜିତା ରାଓ । ୟୁକୋ ବ୍ୟାଙ୍କ୍ରେ ଚାକିରୀ କରିଥିଲେ ରଞ୍ଜିତା । ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । December 5, 2019
ତାଜା ଖବର ନୂଆଦିଲ୍ଲୀ: ସାଂସଦଙ୍କ ବଙ୍ଗଳାର ଉନ୍ନତିକରଣ ଓ ମରାମତି ପାଇଁ ୪ ବର୍ଷରେ ଖର୍ଚ୍ଚ ହୋଇଛି ୧୯୩ କୋଟି ଟଙ୍କା । ଲୋକସଭାରେ ତଥ୍ୟ ରଖିଲେ କେନ୍ଦ୍ର ସରକାର । December 5, 2019
ତାଜା ଖବର ଭୁବନେଶ୍ୱର : ନନ୍ଦନକାନନ ଭାଲୁ ସଫାରିରେ ଭାଲୁ ଶାବକର ଜନ୍ମ । ସଫାରିରେ ଭାଲୁ ସଂଖ୍ୟା ୧୦କୁ ବୃଦ୍ଧି, ଶାବକଟିକୁ ସିସି ଟିଭି ପୁଟେଜ ଆଧାରରେ ଅନୁଧ୍ୟାନ କରାଯାଉଛି । ଉଭୟ ମା ଓ ଶାବକ ସୁସ୍ଥ ଅଛନ୍ତି । December 4, 2019