ତାଜା ଖବର ଦିଲ୍ଲୀ : ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସମ୍ମିଳନୀ ଉଦଘାଟିତ । ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା । ଯୋଗଦେଇ ନାହାନ୍ତି ମହାରାଷ୍ଟ୍ର ରାଜ୍ୟପାଳ । November 23, 2019
ତାଜା ଖବର ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ । ଏନସିପି ଓ ବିଜେପି ଗଠନ କଲେ ସରକାର । ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ । ଏନସିପିର ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । November 23, 2019
ତାଜା ଖବର ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିକୁ ନେଇ ମୁମ୍ବାଇ କଂଗ୍ରେସ ନେତା ସଂଜୟ ନିରୁପମଙ୍କ ପ୍ରତିକ୍ରିୟା। କହିଲେ ଶିବସେନା ସହ କଂଗ୍ରେସର ସମ୍ଭାବ୍ୟ ମେଣ୍ଟ ଏକ ବଡ଼ ଭୁଲ୍ ହୋଇଥାନ୍ତା । ପ୍ରଥମେ ସୋନିଆ ଗାନ୍ଧି CWCକୁ ଭାଙ୍ଗିବା ଦରକାର । କଂଗ୍ରେସ ଆଜି ମହାରାଷ୍ଟ୍ରରେ ଅଯଥାରେ ବଦନାମ୍ ହୋଇଛି । November 23, 2019
ତାଜା ଖବର ଭୁବନେଶ୍ୱର : ମୋଟ୍ ୭୫୯ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓଡ଼ିଶାରେ ଅଛି। ପଞ୍ଚାୟତ ଭିତ୍ତିରେ ଭାଙ୍ଗିଯାଇଥିବା ଆଶ୍ରୟସ୍ଥଳୀ ଗୁଡିକର ମରାମତି କରାଯାଉଛି। ବାକିସବୁର ଯାଞ୍ଚ ଚାଲିଛି। ରିପୋର୍ଟ ଆସିଲେ ମରାମତି କରାଯିବ ବୋଲି ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ। November 22, 2019
ତାଜା ଖବର ଭୁବନେଶ୍ୱର : ବର୍ତ୍ତମାନ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ନଥିବା ଗୃହରେ ବିବୃତି ରଖିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଓଡ଼ିଶାର ୬ଟି ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ୬୯୪ଟି ବହୁମୁଖୀ ଆଶ୍ରୟସ୍ଥଳୀ OSDMA ପକ୍ଷରୁ ନିର୍ମାଣ କରିଛନ୍ତି ରାଜ୍ୟ ସରକାର। November 22, 2019
ତାଜା ଖବର ଆସିକା: ଗଞ୍ଜେଇ ଚାଷ ହେଉଥିବା ଧରାକୋଟ ଓ ବଡ଼ଗଡ଼ ସୀମାନ୍ତର ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ। ଏହାକୁ ନେଇ ଆଦିବାସୀମାନଙ୍କ ବିରୋଧ । ଗଛ କାଟି ରାସ୍ତା ଅବରୋଧ କଲେ ଆଦିବାସୀ । ବଡ଼ଗଡ଼ ଥାନା ଖଜୁରୀପଦା ଗାଁ ରେ ପୋଲିସ ଅବକାରୀ ବିଭାଗ ଗଂଜେଇ ଚାଷ ନଷ୍ଟ ବେଳେ ଆଦିବାସୀ-ପୋଲିସ ମୁହାଁ ମୁହିଁ । ବୁଝାସୁଝା ପରେ ପୁଣି ଆରମ୍ଭ ହେଲା ଗଞ୍ଜେଇ ଗଛ କଟା November 22, 2019
ତାଜା ଖବର ଭୁବନେଶ୍ୱର : ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ ସେବାଶ୍ରମ, ୨୭ଟି ଏକଲବ୍ୟ ମଡେଲ ସ୍କୁଲ, ୧୦ଟି କଳିଙ୍ଗ ଆବାସିକ ସ୍କୁଲ ଥିବା ବିଧାନସଭାରେ ଉତ୍ତର ରଖିଛନ୍ତି SC ST ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା। ୪୨୨ ଉଚ୍ଚ ବିଦ୍ୟାଳୟରୁ ୬୨କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି। November 22, 2019
ତାଜା ଖବର କେନ୍ଦ୍ରାପଡ଼ା: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ୨ ଟ୍ରଲର ସହ ୨୦ ଜଣ ମତ୍ସ୍ୟଜୀବୀ ଗିରଫ । ୫୦ କ୍ୱିଣ୍ଟାଲ ମାଛ ସହ ୧୦ଟି ଜାଲ ଜବତ । November 22, 2019
ତାଜା ଖବର ଉତ୍ତରପ୍ରଦେଶ: ୬ ପୋଲିସ କର୍ମଚାରୀ ନିଲମ୍ବିତ । ଲକ୍ଷ୍ନୌରେ ଜଣେ ଅପରାଧୀଙ୍କ ସହ ପାର୍ଟି କରୁଥିବା ବେଳେ ଧରାପଡ଼ିବାପରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ । November 22, 2019
ତାଜା ଖବର ବ୍ରହ୍ମପୁର: ଯୁବକଙ୍କୁ ହତ୍ୟା । ଖଲ୍ଳିକୋଟ ଥାନା ଅନ୍ତର୍ଗତ କେଶପୁରଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଯୁବକଙ୍କୁ ପିଟିପିଟି ମାରିଦେଲେ ୩ରୁ୪ ଦୁର୍ବୃତ୍ତ । ମୃତକ ରାମଚନ୍ଦ୍ରପୁର ଗାଁର କଙ୍ଗା ପାହାନ । November 22, 2019