ତାଜା ଖବର ଭୁବନେଶ୍ୱର: ଫନି କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କଲା ରାଜ୍ୟ ସମବାୟ ବ୍ୟାଙ୍କ । November 20, 2019
ତାଜା ଖବର ବରଗଡ଼: ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଅତାବିରା, ଗୋଡ଼ଭଗା ଓ ଭେଡେନରେ ବନ୍ଦ ପାଳନ । ସରକାରୀ କାର୍ଯ୍ୟାଳୟ ଏବଂ ଦୋକାନ ବଜାର ବନ୍ଦ କଲେ ଚାଷୀ । ଟୋକନ ଯୋଗୁଁ ଅଭାବି ବିକ୍ରୀର ଶିକାର ହେଉଥିବା ଅଭିଯୋଗ । November 20, 2019
ତାଜା ଖବର ବଦଳିଲେ ରାଜ୍ୟ ପୋଲିସ ଡିଜି ବିଜୟ କୁମାର ଶର୍ମା । ୧୯୮୬ ବ୍ୟାଚର ଅଭୟ ନେବେ ଡିଜିପି ଦାୟିତ୍ୱ । ସେ ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଇନଚାର୍ଜ ଡିଜିପି ଦାୟିତ୍ୱ ତୁଲାଇବେ । ଅଗ୍ନିଶମ ସେବା ଓ ହୋମଗାର୍ଡର ନୂଆ ନିର୍ଦ୍ଦେଶକ ହେଲେ ସୁନୀଲ ରୟ । November 20, 2019
ତାଜା ଖବର ଆଜି ପବିତ୍ର ପ୍ରଥମାଷ୍ଟମୀ । ପଢ଼ୁଆଁ ହେବେ ବଡ଼ଠାକୁର । ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ବିଭିନ୍ନ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦେବେ ଦର୍ଶନ । ଗତକାଲି ମହାପ୍ରଭୁଙ୍କ ମାମୁଘର ନିଆଳି ମାଧମ ମନ୍ଦିରରୁ ପଢ଼ୁଆଁ ଭାର ଆସିଥିଲା । November 20, 2019
ତାଜା ଖବର ଓଡ଼ିଆ ପାଳୁଛନ୍ତି ପ୍ରଥମାଷ୍ଟମୀ । ଘରେ ଘରେ ହଳବୀ ପତ୍ର ଏଣ୍ଡୁରୀ ପିଠା ଏବଂ ନୂଆ ପୋଷାକ ପିନ୍ଧି ପରିବାରର ଜ୍ୟେଷ୍ଠ ପୁତ୍ର ଓ କନ୍ୟା ପାଳୁଛନ୍ତି ପଢ଼ୁଆଁଷ୍ଟମୀ । November 20, 2019
ତାଜା ଖବର ବଲାଙ୍ଗୀରରେ ଦୁଇ ଦିନ ଧରି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଵୀମାଶିଳ୍ପ ବନ୍ଦ ଡାକରା । ହାଇକୋର୍ଟର ସ୍ଥାଇବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ ଜଳସେଚନକୁ ତୁରନ୍ତ କାର୍ଯ୍ୟକ୍ଷମ ଓ ବଲାଙ୍ଗୀର ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବନ୍ଦ ଡାକରା । November 20, 2019
ତାଜା ଖବର କମିଶନରେଟ ପୋଲିସର ଖାକିରେ ଲାଗିଲା ଦାଗ । ସ୍ପେଶାଲ ସ୍କ୍ୱାଡ୍ର ASI ଅର୍ଜୁନ କହଁର ନିଲମ୍ବିତ। ଦୁର୍ନୀତି ମାମଲା ଏବଂ ଅପରାଧୀଙ୍କ ସହ ଲିଙ୍କ ଅଭିଯୋଗ ପରେ ନିଲମ୍ବିତ ହେଲେ ଅର୍ଜୁନ୍ । ନିଲମ୍ବନ ନେଇ କଟକ ପୋଲିସ ମୁଖ୍ୟାଳୟରୁ ସୂଚନା । November 19, 2019 ')}
ତାଜା ଖବର ନୂଆଦିଲ୍ଲୀ : ଆମେରିକାର ୧୩ଟି ନାନୋ ଉପଗ୍ରହ ସହ କାର୍ଟୋସାଟ୍ – ୩କୁ ମହାକାଶକୁ ଛାଡ଼ିବ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ । ଆସନ୍ତା ୨୫ ତାରିଖରେ ଏହା ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ୱନ ଗବେଷଣା କେନ୍ଦ୍ରକୁ ପଠାହେବ ବୋଲି ଇସ୍ରୋର ସୂଚନା । November 19, 2019 ')}
ତାଜା ଖବର ମାଲକାନଗିରି : କାଲିମେଳା ବ୍ଲକ କାଟନପାଲି ଗାଁରେ ଚର୍ମ ସଂକ୍ରମଣ ଏବଂ ଥଣ୍ଡା କାଶରେ ୧୭ ଜଣ ଶିଶୁ ଆକ୍ରାନ୍ତ। ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ଏମ.ଭି-୭୯ ମେଡିକାଲରେ ଭର୍ତ୍ତି । ଆକ୍ରାନ୍ତ ଶିଶୁଙ୍କ ବୟସ ବର୍ଷେରୁ ୨ ବର୍ଷ ମଧ୍ୟରେ ହେବାନେଇ ସୂଚନା । November 19, 2019 ')}
ତାଜା ଖବର ସୁବର୍ଣ୍ଣପୁର : ଉଲୁଣ୍ଡା ରେଞ୍ଜର ସୁନାପାଲି ଜଙ୍ଗଲ ସାରସଦାଦରଠାରେ ଅଣ୍ଡିରା ହାତୀର ମୃତ୍ୟୁ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ। ହାତୀଦାନ୍ତ କାଟିନିଆଯାଇଛି । November 19, 2019 ')}