ତାଜା ଖବର ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସବୁ ଦଳର ପ୍ରତିନିଧି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । November 16, 2019 ')}
ତାଜା ଖବର ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଗୋଟିଏ ଇନିଂସ ଓ ୧୩୦ ରନରେ ଜିତିଲା ଭାରତ । ୨ ଟିକିଆ ଟେଷ୍ଟ ସିରିଜ୍ ଭାରତ ୧-୦ରେ ଆଗୁଆ । November 16, 2019 ')}
ତାଜା ଖବର ଭୁବନେଶ୍ୱର: ନନ୍ଦିଘୋଷ ଟିଭି ପ୍ରଭାବ । ପୂର୍ବତଟ ରେଳପଥ ମୁଖ୍ୟାଳୟରେ ତ୍ରିରଙ୍ଗାକୁ ଅସମ୍ମାନ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ରେଲୱେ କନେଷ୍ଟବଳ ଏସ୍. ପଟ୍ଟନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ କାରଣଦର୍ଶାଅ ନୋଟିସ୍ ଜାରି କଲା ପୂର୍ବତଟ ରେଳପଥ । November 16, 2019 ')}
ତାଜା ଖବର ନୂଆଦିଲ୍ଲୀ : ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ୨୦୧୭ରେ ଅଯୋଗ୍ୟ ଘୋଷଣା କରାଯିବାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିଲା ଚ୍ୟାଲେଞ୍ଜ । ମଧୁ କୋଡା, ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କହିଲେ ସୁପ୍ରିମକୋର୍ଟ। November 15, 2019 ')}
ତାଜା ଖବର ରାଜଧାନୀ ଉପକଣ୍ଠ ଚନ୍ଦକା ମହୁଲମାଜଣାରୁ ୪୦୦ ଲିଟର ମହୁଲି ମଦ ଜବତ । ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବିକ୍ରି ପାଇଁ ଯିବାବେଳେ ଅବକାରୀ ବିଭାଗର ଚଢ଼ାଉ । November 15, 2019 ')}
ତାଜା ଖବର ଆରଡ଼ି: ବାବା ଆଖଣ୍ଡଳମଣିଙ୍କ ଭଣ୍ଡାର ଘରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗି ଜଳିଗଲା ଅଳଙ୍କାର, ପୂଜା ଆସବାବପତ୍ର ଓ ଲକ୍ଷାଧିକ ଟଙ୍କାର ଜିନିଷ । ନିଆଁ ଆୟତ୍ତ କଲା ଧାମନଗର ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । November 15, 2019 ')}
ତାଜା ଖବର ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ । ବିଜୁ ଜନତା ଦଳର ସାଧାରଣ ସଂପାଦକ (ସଂଗଠନ) ହେଲେ ପ୍ରଣବ । ପୂର୍ବତନ ବିଧାୟକ ସଂଜୟ ଦାସ ବର୍ମାଙ୍କୁ ସାଧାରଣ ସଂପାଦକ (ମୁଖ୍ୟ କାର୍ଯ୍ୟାଳୟ)ର ଦାୟିତ୍ୱ । November 15, 2019 ')}
ତାଜା ଖବର ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା । ଜଣେ ଗୁରୁତର । ଗୁରୁତର କଣାସ ଥାନା ଛୋଟିଯୋଡ଼ି ଗାଁର ନୀଳକଣ୍ଠ ଛୁଆଳସିଂଙ୍କୁ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର । November 15, 2019 ')}
ତାଜା ଖବର ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଖାରବେଳନଗର ଥାନା ଏକାମ୍ର ହାଟ ନିକଟରେ ଥିବା ଟୁରିଷ୍ଟ ହବ୍ ନିକଟରେ ୧୦ରୁ ଅଧିକ ଯୁବକ ହକି ଷ୍ଟିକରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଆକ୍ରମଣର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି । November 15, 2019 ')}
ତାଜା ଖବର ଭଦ୍ରକ: ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତ ଖୁଣ୍ଟିଆ ସାହିରେ ଅଗ୍ନିକାଣ୍ଡ । ଗୁହାଳ ଘରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ ଦଗ୍ଧ, ୨ ଗୋରୁ ଗୁରୁତର । November 15, 2019 ')}