ତାଜା ଖବର ଭିଜିଲାନ୍ସ ଜାଲରେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍ ବ୍ୟାଙ୍କ ନିମଚଉରୀ, କଟକ ସବ୍ ଆସିଷ୍ଟାଣ୍ଡ ଅଡିଟର ଜେନେରାଲ ଶିବପ୍ରସାଦ ମଲ୍ଲିକ । ଅଫିସ୍ ଓ ଘର ସମେତ ୪ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଏକକାଳୀନ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । November 29, 2019
ତାଜା ଖବର ପୁରୀ: ବ୍ୟାଙ୍କ ଅଫ ଇଣ୍ଡିଆ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଆହତ । ଆହତ ମନନ ଖାନଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ କଟକ । ଘଟଣା ସ୍ଥଳରେ ପୋଲିସର ତଦନ୍ତ । ସୁରକ୍ଷାକର୍ମୀଙ୍କ ଅସାବଧାନତା ଯୋଗୁଁ ଗୁଳି ଫୁଟିଥିବା ସନ୍ଦେହ । November 29, 2019
ତାଜା ଖବର ଆଠଗଡ଼: ଏନ୍ଏଚ୍-୬୫ କନ୍ତୋଲ ବାରବାଟୀ ପୋଖରୀ ରାସ୍ତାରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍ । ‘ସାବିତ୍ରୀ’ ଗଣନାଟ୍ୟ ଟ୍ରକ୍ ଓଲଟି ୧୩ ଜଣ ଆହତ, ଆଠଗଡ଼ ମେଡିକାଲରେ ଭର୍ତ୍ତି । ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର । ସାଲେପୁରରୁ ସମ୍ବଲପୁର ଯାଉଥିଲା ଯାତ୍ରା ପାର୍ଟି ଟ୍ରକ୍ । November 29, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବଡ଼ ନିଷ୍ପତ୍ତି । ଆରେ ମେଟ୍ରୋ କାର୍ ସେଡ୍ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ପ୍ରକଳ୍ପ । ପ୍ରକଳ୍ପ ପାଇଁ ଆଉ ଗୋଟିଏ ବି ଗଛ କଟାଯିବ ନାହିଁ: ଉଦ୍ଧବ ଠାକରେ । November 29, 2019
ତାଜା ଖବର ଭୁବନେଶ୍ୱର: ମୋ ବସ ଯାତ୍ରୀଙ୍କ ଲାଗି ଖୁସି ଖବର । ଆଗାମୀ ୨ ମାସ ଯାଏଁ ଏସି ବସ ଭଡ଼ାରେ ରିହାତି । ମୂଳ ଭଡ଼ାରୁ ପ୍ରାୟ ୩୮ ପ୍ରତିଶତ କମ କଲା କ୍ରୁଟ । ନୂତନ ରିହାତି ଭଡ଼ା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ବଳବତ୍ତର ରହିବ । ରିହାତିରେ ଏସି ବସର ସର୍ବାଧିକ ଭଡ଼ା ୭୦ ଟଙ୍କା । November 29, 2019
ତାଜା ଖବର ନୂଆଦିଲ୍ଲୀ: ଖସିଲା ଅଭିଭୃଦ୍ଧି ହାର । ଦ୍ୱିତୀୟ କ୍ୱାର୍ଟରରେ ଅଭିବୃଦ୍ଧି ହାର ୪.୫ ପ୍ରତିଶତ । ପ୍ରଥମ କ୍ୱାର୍ଟରରେ ଅଭିବୃଦ୍ଧି ହାର ଥିଲା ୫.୦ ପ୍ରତିଶତ । November 29, 2019
ତାଜା ଖବର ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଥାନା ଅନ୍ତର୍ଗତ ଗୋଟିଟାଙ୍ଗର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁ ଅଭିଯୋଗ । ଜଙ୍ଗଲ ରାସ୍ତାରେ ଅଟୋରେ ୪ ଜଣ ଆସୁଥିବା ବେଳେ ହାତୀପଲଙ୍କ ହାବୁଡ଼ରେ ପଡିଥିଲେ। ତିନିଜଣ ଯାତ୍ରୀ ବଞ୍ଚିଯାଇଥିଲେ ମଧ୍ୟ ଜଣଙ୍କୁ ହାତୀ ଦଳି ଦେଇଥିବା ଅଭିଯୋଗ ହୋଇଛି । ବନବିଭାଗ ଓ ହାତିବାରୀ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ । November 29, 2019
ତାଜା ଖବର ଭଦ୍ରକରେ ସ୍ଥାପନ ହେବ ନୂତନ ମେଡିକାଲ କଲେଜ୍ । ପ୍ରସ୍ତାବିତ ମେଡିକଲ କଲେଜ୍ ଗ୍ରାଉଣ୍ଡ ଫ୍ଲୋର ସହ ୬ ମହଲା ବିଶିଷ୍ଟ ହେବ । ଏଥିପାଇଁ ଚିହ୍ନଟ ହୋଇଛି ୨୫ ଏକର ସ୍ଥାନ । ଆସନ୍ତା ଫେବ୍ରୁଆରୀ ମାସରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ । November 29, 2019
ତାଜା ଖବର ରାଉରକେଲା ସହରର ବନ୍ଧମୁଣ୍ଡା ଏ ସେକ୍ଟର ଅଞ୍ଚଳରେ ଛାତ୍ରୀ ଆତ୍ମହତ୍ୟା ଅଭିଯୋଗ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ଛାତ୍ରୀଙ୍କ ମୃତଦେହ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ରଖାଯାଇଛି। ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। November 29, 2019
ତାଜା ଖବର ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆଁ ଗାଁରେ ବ୍ରାଉନସୁଗାର୍ ବିକ୍ରି କରୁଥିବା ବେଳେ ୨ ଜଣଙ୍କୁ ଛେଚିଲେ ଗ୍ରାମବାସୀ । ଦୁଇଜଣ ହେଲେ ସ୍ଥାନୀୟ ଦିଲ୍ଲୀପ ମହାନ୍ତିଙ୍କ ପୁଅ ଦିନେଶ ମହାନ୍ତି ଓ ଅସିତ ଭୂୟାଁଙ୍କ ପୁଅ ତପନ ଭୂୟାଁ । ଖବର ପାଇ ଗତକାଲି ରାତିରେ ପୋଲିସ ଓ ଅବକାରୀ ବିଭାଗ ପହଁଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ଅଟକ ରଖିଛି । November 29, 2019