ବାତିଲ୍ ହେଲା ସିବିଏସ୍‌ଇ ପରୀକ୍ଷା: ଜାଣନ୍ତୁ କିଭଳି ପ୍ରକାଶ ପାଇବ ପରୀକ୍ଷା ଫଳ

1 min read

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ଆସନ୍ତା ୪ ମଇରେ ଆରମ୍ଭ ହେବକୁ ଥିବା ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ଏଥିସହିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ବାତିଲ କରିଦିଆଯାଇଛି । ଜୁନ୍ ପହିଲାରେ ସ୍ଥିତି ସମୀକ୍ଷା ପରେ ନୂଆ ସେଡ୍ୟୁଲ ନେଇ ନିଷ୍ପତ୍ତି ନିଆଯିବ । ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ କରାଯିବ ନେଇ ସିବିଆଇ ଦ୍ୱାରା ଏକ ବିକଳ୍ପ ପଦ୍ଧତି ପ୍ରସ୍ତୁତ କରାଯାଇଛି । ଏବଂ ଖୁବଶୀଘ୍ର ବୋର୍ଡ ପକ୍ଷରୁ ଏହି ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯିବ । ଯଦି ଛାତ୍ରଛାତ୍ରୀ ଦିଆଯାଇଥିବା ମାର୍କରେ ଅସନ୍ତୁଷ୍ଟ ପ୍ରକାଶ କରନ୍ତି ତେବେ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ । ସ୍ଥିତି ଠିକ୍ ହେବା ପରେ ଯେଉଁ ପରୀକ୍ଷା କରାଯିବ ସେଥିରେ ମୂଲ୍ୟାୟନ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେଇପାରିବେ ।

            ଗତ ବର୍ଷ କରୋନା କାରଣରୁ ସିବିଏସ୍‌ଇ ପରୀକ୍ଷାକୁ ଅଧାରୁ ବାତିଲ କରାଯାଇଥିଲା । ଦଶମ ଏବଂ ଦ୍ୱାଦଶ କିଛି ବିଷୟରେ ପରୀକ୍ଷା ହୋଇପାରିନଥିଲା । ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାର ମଧ୍ୟ ଅନେକ ବିଷୟରେ ପରୀକ୍ଷା ହୋଇପାରିନଥିଲା । କିନ୍ତୁ ଯେଉଁ ବିଷୟ ଗୁଡ଼ିକର ପରୀକ୍ଷା ହୋଇପାରିନଥିଲା ତାହା ମୁଖ୍ୟ ବିଷୟରେ ଆସୁନଥିବାରୁ ପୁଣି ପରୀକ୍ଷା କରାଯାଇନଥିଲା । ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଶେଷ ବ୍ୟାଚ ପରୀକ୍ଷାରେ ମୋଟ ୮୩ଟି ବିଷୟରୁ ମାତ୍ର ୨୩ ମୁଖ୍ୟ ବିଷୟରେ ପରୀକ୍ଷା ହୋଇଥିଲା । ଶେଷ ୫୪ଟି ବିଷୟର ଗ୍ରେଡ୍ ଦ୍ୱରା ମୂଲ୍ୟାଙ୍କନ କରାଯାଇଥିଲା । ଇଣ୍ଟରନାଲ୍ ଆସେସମେଣ୍ଟ, ପ୍ରୋଜେକ୍ଟ ଓ୍ୱାର୍କ ଏବଂ ଆସାଇନମେଣ୍ଟ ଓ୍ୱାର୍କ ଆଧାରରେ ଏହି ପେପର ଗୁଡ଼ିକ ରେଜଲ୍ଟ ପ୍ରକାଶ ପାଇଥିଲା । ସମ୍ଭବତଃ ସିବିଏସ୍‌ଇ ଏହି ବର୍ଷ ଦଶମ ଶ୍ରେଣୀ ରେଜଲ୍ଟ ଇଣ୍ଟନଲ୍ ଆସେସମେଣ୍ଟ, ପ୍ରେଜେକ୍ଟ ଓ୍ୱାର୍କ ଏବଂ ଆସାଇନମେଣ୍ଟ ଓ୍ୱାର୍କ ଆଧାରରେ ଜାରି କରିବ ।

 ଗତ ବର୍ଷ ଦଶମ ଶ୍ରେଣୀରେ ୯୧.୪୫ ପ୍ରତିଶତ ଛାତ୍ର ପାସ୍ ହୋଇଥିଲେ । ମ୍ୟାରିଟ୍ ଲିଷ୍ଟ ଜାରି କରାଯାଇନଥିଲା । କରୋନା ଭୂତାଣୁ କାରଣରୁ ସୃଷ୍ଟି ପରିସ୍ଥିତିକୁ ନଜରରେ ରଖି ବୋର୍ଡ ଦ୍ୱାଦଶ ଏବଂ ଦଶମ ଶ୍ରେଣୀର ଟପର ନାମ ମଧ୍ୟ ଘୋଷଣା କରିନଥିଲା । ଏହା ବ୍ୟତୀତ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀ ଛାତ୍ରଙ୍କ ଇଣ୍ଟରନାଲ୍ ଆସେସମେଣ୍ଟ ଟେଷ୍ଟ, ପ୍ରଜେକ୍ଟ ଓ୍ୱାର୍କ ଆଧାରରେ ପାସ୍ କରାଯିବ । ସିବିଏସ୍‌ଇ ପୂର୍ବରୁ ଛତିଶଡଗଡ଼ ବୋର୍ଡ, ପଞ୍ଜାବ ବୋର୍ଡ ଏବଂ ଏମ୍‌ପି ବୋର୍ଡ ମଧ୍ୟ କରେନା କାରଣରୁ ପରୀକ୍ଷା ସ୍ଥଗିତ କରିସାରିଛନ୍ତି ।

ଏଥିସହିତ ପଢ଼ନ୍ତୁ: କୋଭିଡ ପାଇଁ କେନ୍ଦ୍ରର ନିଷ୍ପତି, ବାତିଲ ହେଲା CBSE ବୋର୍ଡ ପରୀକ୍ଷା

Leave a Reply