ସବୁ ଜିଲ୍ଲାରେ ଖୋଲିବ ସେଣ୍ଟ୍ରାଲ ବ୍ୟାଙ୍କ୍, ସମବାୟ କ୍ଷେତ୍ରରେ ଆସିବ ସଂସ୍କାର

ଭୁବନେଶ୍ବର: ସମବାୟ କ୍ଷେତ୍ରରେ ସଂସ୍କାର ଆସିବା ଦରକାର । ନୂତନ ଜାତୀୟ ସମବାୟ ନୀତି ପାଇଁ କିଛି ପ୍ରାଥମିକ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସରକାର । ପରବର୍ତ୍ତୀ ସମୟରେ ପକ୍କା ପ୍ରସ୍ତାବ ବି ଦିଆଯିବ । ଭାରତ ସରକାର ଏ ଦିଗରେ କିଛି ପ୍ରସ୍ତାବ ମାଗିଥିଲେ । ସମବାୟ ଅନୁଷ୍ଠାନ ଗୁଡିକ କିପରି ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛ ଓ ସ୍ବାବଲମ୍ବୀ ହୋଇପାରିବ, ସେ ସମ୍ପର୍କିତ ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ସେହିପରି ସାଧାରଣ ଚାଷୀ କିପରି ସହଜରେ ଋଣ ପାଇ ପାରିବେ, ବିକେନ୍ଦ୍ରୀକରଣ ସେ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଏହାସହ ସବୁ ଜିଲ୍ଲାରେ ସେଣ୍ଟ୍ରାଲ ବ୍ୟାଙ୍କ ଖୋଲିବା ପାଇଁ ପ୍ରତିଶୃତି ସାଙ୍ଗକୁ ବ୍ଲକରେ ବ୍ୟାଙ୍କର ଶାଖା ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି । ବ୍ୟାଙ୍କ ନଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି । ତେଣୁ ଏସବୁ ସ୍ଥାନରେ ବ୍ୟାଙ୍କ ବ୍ୟବସ୍ଥା ଲିଙ୍କ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ।