ପ୍ରତିରକ୍ଷା କେନ୍ଦ୍ରର ଗୁପ୍ତ ତଥ୍ୟ ଲିକ୍ ମାମଲା, ତଦନ୍ତ ପାଇଁ ପହଞ୍ଚିଲା NIA ଟିମ୍

1 min read
Chandipur Espionage Case, 2 Members Team Of NIA In Balasore

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା ଘାଟିରୁ ତଥ୍ୟ ଲିକ୍ ମାମଲା । ତଦନ୍ତ ପାଇଁ ବାଲେଶ୍ୱରରେ ପହଞ୍ଚିଲେ ୨ ଜଣିଆ NIA ଟିମ୍ । କଲିକତାରୁ NIAର ୨ ଜଣିଆ ଟିମ୍ ଆସି ପହଞ୍ଚିଛନ୍ତି । ମାମଲାରେ ବାଲେଶ୍ୱର ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Chandipur Espionage Case, 2 Members Team Of NIA In Balasore

ଏବେ ଏହି ମାମଲାର ତଦନ୍ତ ଓଡ଼ିଶା କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ କରୁଛି । ୫ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ । ମାମଲାର ମୁଖ୍ୟ ଅଭିଯୁକ୍ତ ବସନ୍ତ ବେହେରା ପାକିସ୍ତାନ ସୁନ୍ଦରୀଙ୍କ ସହ ଅଶ୍ଲୀଳ ଚାଟିଂ କରୁଥିଲା ବୋଲି ଜଣାପଡ଼ିଛି । ବସନ୍ତ ପ୍ରଥମେ ହନିଟ୍ରାପର ଶିକାର ହୋଇ ପରେ ଅନ୍ୟମାନଙ୍କୁ ସାମିଲ କରିଥିଲା ।

ଏଥିସହ ପଢ଼ନ୍ତୁ: ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ କେମିତି ହାତଉଥିଲେ ବିଦେଶୀ ଏଜେଣ୍ଟ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଆଇଟିଆରରୁ କେମିତି ଯାଉଥିଲା ଗୁପ୍ତତଥ୍ୟ ? ଗୁପ୍ତତଥ୍ୟ ଯୋଗାଣର ପୂରା ନେଟୱର୍କ କଣ ? ମୋଟ ୫ ଅଭିଯୁକ୍ତଙ୍କ ବାଦ ଆଉ କିଏ କିଏ ଏହି ରାକେଟରେ ସାମିଲ ? କାହିଁକି ଶତ୍ରୁଙ୍କ ଟାର୍ଗେଟରେ ତଳିଆ କର୍ମଚାରୀ ? ନେଟୱର୍କ ସମ୍ପର୍କରେ ଅଧିକାରୀ ଜାଣିଥିଲେ କି ନାହିଁ ? ଚାନ୍ଦିପୁର ଡିଆରଡିଓର ଗୁପ୍ତତଥ୍ୟ ଲିକ୍ ମାମଲା ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଏହି ସବୁ ଦିଗକୁ ଗୁରୁତ୍ୱ ଦେଇପାରେ ।

Leave a Reply