spot_img

Latest Posts

ଚନ୍ଦ୍ରିକା ହେମ୍ବ୍ରମଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସ୍ପେନ୍ସ ; ଡାଏରୀ ଖୋଲିବ ମୃତ୍ୟୁର ରହସ୍ୟ

ବାଲେଶ୍ବର : ମୃତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସ୍ପେନ୍ସ । ଦିନ ଯେତେ ଗଡୁଛି ସସ୍ପେନ୍ସ ସେତେ ବଢୁଛି । ଚନ୍ଦ୍ରିକା ଡାଏରୀ ଲେଖୁଥିବା ତାଙ୍କ ମାମୁ ଝିଅ ରଶ୍ମିତା କହିଥିବା ବେଳେ ପୋଲିସ ଗୋଟିଏ ଡାଏରୀ ପାଇଛି, ଯେଉଁଥିରେ DIE DIE DIE ଲେଖାଯାଇଛି ବୋଲି ପୋଲିସ କହିଛି । ହେଲେ ଏ ଡାଏରୀ ସେ ଡାଏରୀ ନୁହେଁ ବୋଲି କହିଛନ୍ତି ରଶ୍ମିତା । ଘଟଣା ଦିନ ଚନ୍ଦ୍ରିକାଙ୍କ ବ୍ୟାଗରୁ ମିଳିଥିବା ପକେଟ ଡାଏରୀରେ ହିଁ ଲେଖା ହୋଇଥିଲା DIE DIE DIE । କେବଳ ତାହା ନୁହେଁ ସେହି ଡାଏରୀରେ ଏକ ତାରିଖ, ସାଇରୀ ଏବଂ ଚନ୍ଦ୍ରିକାଙ୍କ ଡାକ ନାମ ନୁପୁର ଲେଖାଯାଇଥିଲା । ଯାହାକି ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା ଏବଂ ରଶ୍ମିତା ମଧ୍ୟ ତାହା ଦେଖିଥିଲେ ବୋଲି କହିଛନ୍ତି ।

ହେଲେ ନିଜ ଜୀବନ କାହାଣୀ ଲେଖୁଥିବା ଚନ୍ଦ୍ରିକାଙ୍କ ସେ ବଡ଼ ଡାଏରୀ ଏବେ ସୁଦ୍ଧା ମିଳିନାହିଁ । ତାହା ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ରଶ୍ମିତା । କେବଳ ସେତିକି ନୁହେଁ ଚନ୍ଦ୍ରିକାଙ୍କ ଲାପଟପ, ଟାବଲେଟ ଏବଂ ଆଇପ୍ୟାଡ ପୁରୁଷ ବନ୍ଧୁ ଭୀମସେନଙ୍କ ପାଖରେ ରହିଥିବା ବେଳେ ସେହି ଲାପଟପ ଭିତରେ ଉଭୟଙ୍କ ଅନେକ ଫଟୋ, ଭିଡିଓ ଏବଂ ପ୍ରେମ କାହାଣୀର ତଥ୍ୟ ରହିଛି । ଯାହା ଏବେ ସୁଦ୍ଧା ସାମ୍ନାକୁ ଆସି ନାହିଁ । ତେଣୁ ଲାପଟପକୁ ଖୋଜି ବାହାର କରିଲେ ଅନେକ ଗୁମର ଖୋଲିବ ବୋଲି କହିଛନ୍ତି ରଶ୍ମିତା ।

Latest Posts

Don't Miss