ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଧାଙ୍ଗୁରୁମୁଣ୍ଡା ନିକଟରେ କୂଅରେ ଗଳି ପଡ଼ିଥିବା ହାତୀ ଛୁଆ ଉଦ୍ଧାର। ଗାଁକୁ ପ୍ରାୟ ରାତି ୯ଟା ବେଳେ ଏକ ୧୯ ଟିକିଆ ହାତୀ ପଲ ଆସିଥିବା ବେଳେ ଏକ ଛୋଟ ଦନ୍ତା ହାତୀ କୂଅରେ ଗଳି ପଡିଥିଲା । ବନବିଭାଗ ତୁରନ୍ତ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଘଣ୍ଟାର ପରିଶ୍ରମ ପରେ ହାତୀ କୁ ଉଦ୍ଧାର କରିଥିଲେ l ୧୯ଟିକିଆ ହାତୀ ପଲ ଗତକାଲି ସନ୍ଧ୍ୟାରେ ଦେବଗଡ଼ ଅଞ୍ଚଳରୁ ଛେଣ୍ଡିପଦା ବନାଞ୍ଚଳର ପାଟକମୁଣ୍ଡା ଅଞ୍ଚଳକୁ ଖାଦ୍ୟ ଅନ୍ୱେଷଣରେ ଆସିଥିଲେ । ହାତୀପଲ ଧାଙ୍ଗୁରୁମୁଣ୍ଡା ଗାଁ ମଧ୍ୟରେ ପଶି ବିଲ ଆଡ଼କୁ ଯାଉଥିବା ବେଳେ ହଠାତ ଗୋଟିଏ ହାତୀ ଖୋଲା ରିଙ୍ଗ କୂଅ ମଧ୍ୟରେ ପଡି ଯାଇଥିଲା । କୂଅ ଭିତରେ ହାତୀଟି ପଡ଼ିଯିବ ପରେ ହାତୀ ପଲ ସେଠାରେ ଜଗି ରହି ଭୀଷଣ ଗର୍ଜନ କରିଥିଲେ l ହାତୀ ଗର୍ଜନ ଶୁଣି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ lଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ଦୁଇଟି ଜେସିବି ମେସିନ ସହାୟତାରେ ମାଟି ଖୋଲି କୂଅରୁ ହାତୀ କୁ ଉଦ୍ଧାର କରୁଥିବା ବେଳେ ଅନ୍ୟ ହାତୀପଲ ଗର୍ଜନ କରି କୂଅ ନିକଟକୁ ପଳାଇ ଆସୁଥିବାରୁ ଉଦ୍ଧାର କରିବାରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଖବର ପାଇ ଘଟଣାସ୍ଥଳରେ ଅନୁଗୋଳ ଡ଼ିଏଫଓ ଓ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ସତର୍କତାର ସହିତ ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l ହାତୀଟି କୂଅରେ ପଡି କ୍ଷତାକ୍ତ ହୋଇଥିବା ବେଳେ ସେ ଏବେ ହାତୀ ପଲଙ୍କ ମଧ୍ୟରେ ସୁରକ୍ଷିତ ଭାବେ ରହିଛି। ଛୋଟ ଦନ୍ତା ହାତୀଟିର ବୟସ ପ୍ରାୟ ୩ ରୁ ୪ ବର୍ଷ ହେବ ତାର ଗତିବିଧି ଉପରେ ନଜର ରଖାଯାଇଥିବା ବନବିଭାଗ ସୂଚନା ଦେଇଛି l

