ବିଜାପୁରରେ ଯବାନ-ନକ୍ସଲ ମୁହାଁମୁହିଁଁ; ୫ ସୁରକ୍ଷାକର୍ମୀ ସହିଦ, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ବିଜାପୁରରେ ପୁଣି ମାତିଲେ ମାଓବାଦୀ । ବିଜାପୁର ଜିଲ୍ଲାରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିଲା ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ୫ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ସେପଟେ ଆକ୍ରମଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୨ଜଣ ନିହତ ମଧ୍ୟ ହୋଇଛନ୍ତି । ସେପଟେ ଏନକାଉଣ୍ଟର ବେଳେ ୧୦ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି ।

ଛତିଶଗଡ଼ର ଏହି ନିର୍ଦ୍ଧିଷ୍ଟ ଅଞ୍ଚଳରେ ବାରମ୍ବାର ମାଓବାଦୀ ମାନେ ନିଜର କାର୍ଯ୍ୟକଳାପ ଜାରି ରଖିଛନ୍ତି । ଲ୍ୟାଣ୍ଡମାଇନ ଖଞ୍ଜିବା ଠାରୁ ଗୁଳି ଚାଳନା କରିବାକୁ ମଧ୍ୟ ପଛାଉ ନାହାଁନ୍ତି ନକ୍ସଲ । ସୂଚନା ଅନୁଯାୟୀ ଏପ୍ରିଲ ୧ରେ ମଧ୍ୟ ଦୁଇଟି ଲ୍ୟାଣ୍ଡମାଇନ ଯବାନଙ୍କ ଯିବା ରାସ୍ତାରେ ଖଞ୍ଜିଥିଲେ ନକ୍ସଲ । ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଏହାକୁ ନିଷ୍କ୍ରିୟ କରିଥିଲେ ।

ଆଜି ବିଜାପୁରର ଟେରେମା ଜଙ୍ଗଲରେ ନକ୍ସଲ ଲୁଚିଥିବା ଖବର ପାଇବା ପରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ । ପରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା । ଏନକାଉଣ୍ଟର ସମୟରେ ୪ ଜଣ ସୁରକ୍ଷାକର୍ମୀଙ୍କ ସମେତ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୧୦ ଜଣ ଯବାନ ସହିଦ ହୋଇଥିବା ସୂଚନା ଦେଇଛନ୍ତି ଛତିଶଗଡ ପୋଲିସ ଡିଜିପି ।

Leave a Reply