ବିକାଶ ଦିଗରେ କଳାହାଣ୍ଡି: ୧୨ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

1 min read

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବିକାଶର ଗତିକୁ ଅଧିକ ଜୋରଦାର କରିବ ଲକ୍ଷ୍ମୀ । ଘର ପାଖକୁ ଆସିବ ଲକ୍ଷ୍ମୀ ବସ । ପିଲାଙ୍କୁ ସ୍କୁଲ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ ବସ୍ । କଳାହାଣ୍ଡିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ଲକ୍ଷ୍ମୀ ବସ୍ ଯୋଜନା ଜିଲ୍ଲାର ବିକାଶକୁ ଅଧିକ ତ୍ବରାନ୍ବିତ କରିବ । ଜିଲ୍ଲାର ୬୩ଟି ପଞ୍ଚାୟତକୁ ବସ୍ ସୁବିଧା ମିଳିବ ।

ଗାଁରୁ ବ୍ଳକ ପର୍ଯ୍ୟନ୍ତ ଲୋକେ ଆରାମରେ ଯାଇପାରିବେ । ସିଏମଓର ଜିଲ୍ଲା ପରିଦର୍ଶନ ବେଳେ ଲକ୍ଷ୍ମୀ ଯୋଜନାର ଆବଶ୍ୟକତା ନେଇ ଜଣାପଡିଥିଲା । ଲକ୍ଷ୍ମୀ ବସ୍ ଯୋଜନା ଯୋଗୁ ଆସନ୍ତା ଦିନରେ ସ୍ଥାନୀୟ ବାସିନ୍ଦାଙ୍କ ଗମନାଗମନ କ୍ଷେତ୍ରରେ ଥିବା ଚିନ୍ତା ଦୂର ହେବ । ସାରା ରାଜ୍ୟରେ ଚାଲିବ ୧ ହଜାରରୁ ଅଧିକ ବସ । ଫଳରେ ଘରେ ଘରେ ଖୁସି ଆସିବ । ବିକାଶର ଗତିକୁ ଜୋରଦାର କରିବ ଲକ୍ଷ୍ମୀ ।

ରୂପାନ୍ତରଣରେ କଳାହାଣ୍ଡି ସାଜିଛି ଉଦାହରଣ । କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିଛି । ସଫଳତାର ନୂଆ କାହାଣୀ ଯୋଡ଼ିଛି । ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଯୋଗାଉଛି । ଇନ୍ଦ୍ରାବତୀ ପ୍ରକଳ୍ପ ବିକାଶର ଇଞ୍ଜିନ ସାଜିଛି । ଏହି ପ୍ରକଳ୍ପ କଳାହାଣ୍ଡିର ଭବିଷ୍ୟତକୁ ଉଜ୍ବଳ କରିଛି । ଖୁବ୍ ଶୀଘ୍ର ଜିଲ୍ଲାରେ ନବୀନ ଓଡ଼ିଶା କାର୍ଯ୍ୟକାରୀ ହେବ । ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ଲାଗି ଏହି ଟଙ୍କା ଖର୍ଚ୍ଚ ହେବ । କଳାହାଣ୍ଡି ବିଶ୍ବବିଦ୍ୟାଳୟ ମା ମାଣିକେଶ୍ବର ବିଶ୍ବବିଦ୍ୟାଳୟ ଭାବେ ନାମିତ କରାଗଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ । କଳାହାଣ୍ଡିରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଠପଢ଼ା ସହିତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି ।

୯୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ । ୧୦୦ ସିଟରେ ନାମଲେଖା ପାଇଁ NMC ଠାରୁ ଅନୁମତି ଦେଇଛି । ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି ।