କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବଙ୍କ ସହ 5T ସଚିବ

1 min read

ଭୁବନେଶ୍ୱର: କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ । ବୁଧବାର ଦିନ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ  ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଡିକାଲକୁ ୧୫୦ ଶଯ୍ୟା ବିଶିଷ୍ଟ COVID-19 ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି । ଆସନ୍ତା ୨ ଦିନ ମଧ୍ୟରେ ଏହା ଲୋକାର୍ପିତ ହେବାକୁ ଥିବାବେଳେ ମେଡିକାଲରେ ପହଞ୍ଚି ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ । ଆସନ୍ତା ଶୁକ୍ରବାର ଦିନ ଏହି ୧୫୦ ଶଯ୍ୟା ବିଶିଷ୍ଟ ମେଡିକାଲକୁ ଲୋକାର୍ପିତ କରାଯିବ ବୋଲି ସୂଚନା ମିଳିଛି । ତେବେ Covid-19 ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ନେଇ ମେଡିକାଲ ପକ୍ଷରୁ ୩୦ ଜଣ ଅଭିଜ୍ଞ ଡାକ୍ତର ନିଯୁକ୍ତ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ପାଖାପାଖି ୨୮୦ ପାରା ମେଡିକାଲ ଷ୍ଟାଫଙ୍କୁ ସ୍ଵତନ୍ତ୍ର ଭାବେ ନିଯୁକ୍ତି ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ସେହିଭଳି ଭଦ୍ରକ ସହର ସ୍ଥିତ ମୋଟେଲ ଛକ ନିକଟରେ ଥିବା ସାଳନ୍ଦୀ ହସ୍ପିଟାଲରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଥିବା କୋଭିଡ-19 ହସ୍ପିଟାଲକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ଯାଇଥିଲେ । ଭଦ୍ରକରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

କେନ୍ଦ୍ରାପଡ଼ାରେ ସମ୍ ହସ୍ପିଟାଲ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲକୁ ମଧ୍ୟ ଆଜି ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ବୁଲି ଦେଖିଥିଲେ । ସମ୍ ହସ୍ପିଟାଲ ସହଯୋଗରେ ନିର୍ମିତ ଏହି ୧୦୦ ବେଡ୍ ହସ୍ପିଟାଲରେ ୧୬୦ ଗୋଟି ସଂଗରୋଧ ବେଡ୍ ମଧ୍ୟ ଉପଲବ୍ଧ  ରହିଛି । ହସ୍ପିଟାଲ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଓ ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ।

ଅନ୍ୟପକ୍ଷରେ ବୁଧବାର ଦିନ ଗଜପତି ଜିଲ୍ଲାରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ପାରଳାଖେମୁଣ୍ଡି, ଆର୍.ସୀତାପୁର ନିକଟ ଭାରତମାତା ଛାତ୍ରାବାସରେ ଏହାର ନିର୍ମାଣ କରାଯାଇଛି । କରୋନା ସଂକ୍ରମିତଙ୍କୁ ଖାଦ୍ୟପେୟ ସହ ଏଠାରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡର ସହାୟତାରେ ହାଇଟେକ୍ ମେଡିକାଲ୍ ସହଯୋଗ ଏବଂ ଜିଲ୍ଲା ପ୍ରଶାସନର ତଦାରଖରେ ଏହି ହସ୍ପିଟାଲ ପରିଚାଳିତ ହେବ । ପ୍ରାଥମିକ ପର୍ଯ୍ୟାୟରେ ୧୧୦ ଶଯ୍ୟା ବେଡ ବିଶିଷ୍ଟ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ସଂଖ୍ୟା ବୃଦ୍ଧି କରାଯିବା ବ୍ୟବସ୍ଥା ରହିଛି । ୧୫ରୁ ୨୦ ଜଣ ସ୍ୱତନ୍ତ୍ର ଡାକ୍ତର ସହ ୬୦ରୁ ୭୦ଜଣ ତାଲିମ ପ୍ରାପ୍ତ ନର୍ସ, ୧୦ଜଣ ସ୍ୱାସ୍ଥ୍ୟ କର୍ମୀ କରୋନା ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ନିୟୋଜିତ ହୋଇଛନ୍ତି ।

Leave a Reply