କାଲିଠୁ ସାରା ରାଜ୍ୟରେ ଖୋଲିବ ସ୍ପା, ବିୟୁଟି ପାର୍ଲର ଓ ଜିମ୍

1 min read

ଭୁବନେଶ୍ୱର : ରାଜ୍ୟର କରୋନା ସ୍ଥିତିକୁ ଅନୁଧ୍ୟାନ କରି ଆଂଶିକ କଟକଣାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।  ଅଗଷ୍ଟ ୧ ତାରିଖ ସକାଳ ୬ ଟା ଯାଏଁ ଆଂଶିକ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।  ଏ କାଟାଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ ଯାଏଁ ଦୋକାନ ଖୋଲା ରହିବ । ବି କାଟାଗୋରୀ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଖୋଲିବ ଦୋକାନ ବଜାର । ବି କାଟାଗୋରୀ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍  ଜାରି ରହିବ ଏବଂ ନାଇଟ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ । ଅପରପକ୍ଷରେ ଲୋକଙ୍କ ସୁବିଧା ନେଇ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଆସନ୍ତାକାଲି ଠାରୁ ରାଜ୍ୟଣ ସମସ୍ତ ଜିଲ୍ଲାରେ ବିୟୁଟି ପାର୍ଲର, ସ୍ପା ଓ ଜିମ୍ ଖୋଲିବ । ସାରା ରାଜ୍ୟରେ ଯାତ୍ରୀ ବାହୀ ବସ୍, ଅଟୋ ଚଳାଚଳ କରିବ । ସୀମିତ ସଂଖ୍ୟକୁ ଯାତ୍ରୀଙ୍କୁ ଯାତ୍ରା କରିପାରିବେ ବସ୍ । ଅନ୍ୟ ପାସେଞ୍ଜର ଗାଡ଼ିରେ ଡ୍ରାଇଭର ବ୍ୟତୀତ ୨ ଜଣ ଯାତ୍ରା କରିପାରିବେ । ପୁରୀ ଜିଲ୍ଲାରେ ୨୫ ଜୁଲାଇ ଯାଏଁ  ବସ୍ ଚଳାଚଳ ବନ୍ଦ । ଆଉଟଡୋର ଫିଲ୍ମ ସୁଟିଂକୁ ସମଗ୍ର ରାଜ୍ୟରେ ଅନୁମତି । ତେବେ ବର୍ତ୍ତମାନ ରାଜ୍ୟରେ ପଜିଟିଭି ହାର ୩ ପ୍ରତିଶତକୁ ଖସିଛି । ରାଜ୍ୟରେ ମୋଟ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୦ରୁ ୮୦ ପ୍ରତିଶତ B କାଟାଗୋରୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏବଂ ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ତେବେ ପୂର୍ବରୁ ବାହାଘର ନେଇ ଜାରି ପୂର୍ବ କଟକଣା ବଳବତ୍ତର ରହିବ । ସ୍କୁଲ ଓ କୋଚିଂ ସେଣ୍ଟର ପୂର୍ବ ଭଳି ବନ୍ଦ ରହିବ ।

 

ସରକାରଙ୍କ ରିପୋର୍ଟ ଅନୁସାରେ ଆଜି ୩୦ ଜିଲ୍ଲାରୁ କେବଳ ଦୁଇ ଜିଲ୍ଲା ଖୋର୍ଦ୍ଧା ଏବଂ କଟକ ରେଡ ଜୋନରେ ଅଛନ୍ତି । ସେହିଭଳି ପଜିଟିଭ୍ ହାର ତାଲିକାରେ ୪ ଜିଲ୍ଲା ୟେଲୋଜୋନରେ ଅଛନ୍ତି । ସେ ଗୁଡିକ ହେଲା ପୁରୀ, ଜଗତସିଂହପୁର, ନୟାଗଡ, କଟକ । ଏହି ୪ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଛି । ବାକି ୨୬ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ତେଣୁ ଉପକୂଳର ଏହି ଜିଲ୍ଲା ମାନଙ୍କରେ କଟକଣା କଠୋର ହେବ ନା କୋହଳ ହେବ ସେନେଇ ନିଷ୍ପତ୍ତି ନେବେ ସରକାର ।

ପୁରୀରେ ୭.୦, ନୟାଗଡରେ ୬.୨, କଟକରେ ୫.୫ ଓ ଜଗତସିଂହପୁରରେ ୫.୬ ରହିଛି ସଂକ୍ରମଣ ହାର । ସେହିଭଳି ମୟୂରଭଞ୍ଜ…4.9, ଭଦ୍ରକ…୪.୯, କେନ୍ଦ୍ରାପଡା…୪.୪, ଖୋର୍ଦ୍ଧା…୪.୨ ମାଲକାନଗିରି…୪.୧ ଢେଙ୍କାନାଳ …୩.୫ ବାଲେଶ୍ବର…3.4, ଯାଜପୁର…୩.୪ ସୁନ୍ଦରଗଡ ୨.୭, କେନ୍ଦୁଝର…୨.୧ ରହିଛି ସଂକ୍ରମଣ ହାର । ଅନୁଗୁଳରେ…2.5, ରାୟଗଡା…2.0, ବରଗଡରେ 1.09, ବୌଦ୍ଧ…1.2 କନ୍ଧମାଳ…1.2, ସମ୍ବଲପୁରରେ 1.0, ବଲାଙ୍ଗୀର ..0.9, କୋରାପୁଟ…0.7, ଦେବଗଡରେ 0.6 ନବରଙ୍ଗପୁର…0.6, ନୂଆପଡା…0.5, ସୁବର୍ଣ୍ଣପୁରରେ 0.4, ଗଜପତି…୦.୩, କଳାହାଣ୍ଡି…0.3, ଝାରସୁଗୁଡା 0.2 ଗଞ୍ଜାମ…0.2 ସଂକ୍ରମଣ ହାର ରହିଛି ।

Leave a Reply