ଟଙ୍କା ପାଇଁ ହେଲା ମମତାର ବିକ୍ରି, ବ୍ୟବସାୟୀ ହାତରେ ସନ୍ତାନକୁ ଟେକି ଦେଲା ମାଆ !

ଅନୁଗୁଳ: ଅନୁଗୁଳରେ ଶିଶୁ ବିକ୍ରି ଅଭିଯୋଗ । ଟଙ୍କାର ଅଭାବ ହେଲା ବୋଲି ନିଜ ସନ୍ତାନକୁ ଟେକିଦେଲା ଅନ୍ୟ ହାତରେ । ଟଙ୍କା ଆଗରେ ଛୋଟ ପଡ଼ିଗଲା ମାଆର ପଣତ । ଅନୁଗୁଳ ସହର ଉପକଣ୍ଠ ହୁଲୁରିସିଂହାର ଜଣେ ମହିଳା ତାଙ୍କ ନବଜାତ ଶିଶୁପୁତ୍ରକୁ ୨୦ ହଜାର ଟଙ୍କାରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କର ପୂର୍ବରୁ ୨ ଜଣ ଶିଶୁ ଅଛନ୍ତି ।

ତେବେ ଆର୍ଥିକ ସମସ୍ୟା ଯୋଗୁଁ ତୃତୀୟ ଶିଶୁଙ୍କୁ ସେ ବିକ୍ରି କରିଥିବା ମହିଳା କହିଛନ୍ତି । ସ୍ଥାନୀୟ ଅଙ୍ଗନଓ୍ୱାଡ଼ି କର୍ମୀ ଏସଂପର୍କରେ ସୂଚନା ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଦେଇଥିଲେ। ତଦନ୍ତ ପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ସେପଟେ ଶିଶୁକୁ କିଣିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।

 

Leave a Reply