ତାଇଓ୍ୱାନ୍ ସୀମାରେ ଚୀନର ସମରାଭ୍ୟାସ, ନାନ୍ସିଙ୍କ ଗସ୍ତର ଜବାବ ଦେବାକୁ ଡ୍ରାଗନର ଚକ୍ରବ୍ୟୂହ

1 min read

ବେଜିଂ: ତାଇଓ୍ୱାନକୁ ନେଇ ଜୋରଦାର ଯୁଦ୍ଧ ପ୍ରସ୍ତୁତି । ତାଇଓ୍ୱାନ ସୀମାରେ ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏର ନୌସେନା ପକ୍ଷରୁ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ଆମେରିକା ମଧ୍ୟ ମୁତୟନ କରିବାରେ ଲାଗିଛି ଯୁଦ୍ଧଜାହାଜ । ଗତକାଲି ତାଇଓ୍ୱାନ ଏୟାର ଡିଫେନ୍ସ ଜୋନରେ ଚୀନର ୨୭ଟି ବିମାନ ପ୍ରବେଶ କରିବା ପରେ ଦୁଇ ତାଇଓ୍ୱାନ ମଧ୍ୟ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ସମ୍ଭାବ୍ୟ ଆକ୍ରମଣ ପରିପ୍ରେକ୍ଷୀରେ ଚୀନକୁ ଟକ୍କର ଦେବା ଲାଗି ଚାଲିଛି ସମସ୍ତ ପ୍ରସ୍ତୁତି ।

ପ୍ରଥମ ପର୍ଯ୍ୟାୟରେ ତାଇପେଇ ସମେତ ୬ଟି ପ୍ରମୁଖ ବନ୍ଦରକୁ କବଜା କରିବା ଲାଗି ଚୀନ ଲକ୍ଷ୍ୟ ରଖିଛି । ଏହି ବନ୍ଦରଗୁଡିକରୁ ପ୍ରତିବର୍ଷ ୩୦୦୦ ଜାହାଜରେ ସାର, ତେଲ, ଖାଦ୍ୟ, ଆଲୁମିନିୟମ, ଚିନି, ଚାଉଳ ଆଦି ରପ୍ତାନି ହୋଇଥାଏ । ଜବାବରେ ଆମେରିକା ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧଜାହାଜ USS ରୋନାଲଡ ରେଗାନ CVN-76, USS ତ୍ରିପୋଲି, USS ଆମେରିକା LHA-6 ଓ USS ଏସେକ୍ସ ମୁତୟନ କରିଛି । ସେପଟେ ଆମେରିକା ବାଚସ୍ପତି ନାନସି ପେଲୋସି ଓ ତାଙ୍କ ପରିବାର ବିରୋଧରେ କଟକଣା ଜାରି କରିବାକୁ ଘୋଷଣା କରିଛି ଚୀନ ।