ଚୀନରେ ପୁଣି ମାଡ଼ୁଛି କରୋନା, ସମ୍ପୂର୍ଣ୍ଣ ଲକଡାଉନ୍ ଭିତରେ ୧୩ ସହରର ୫ କୋଟି ଲୋକ

ନୂଆଦିଲ୍ଲୀ: ପୁଣି ମାଡ଼ୁଛି ମହାମାରୀ । ଏଥର କରୋନା କବଜାରେ ଚୀନ୍ । ଗତ ତିନିଦିନ ହେଲା ଚୀନରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଚୀନରେ କରୋନାର ୫ ହଜାର ୨୮୦ଟି ନୂଆ ମାମଲା ଚିହ୍ନଟ ହୋଇଛି । ସେଥିରୁ ୩ ହଜାର ୫୦୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ଚୀନର ଉହାନରୁ ମହାମାରୀ କରୋନା ଆରମ୍ଭ ହେବା ପରେ ଦ୍ୱିତୀୟ ଥର ଲାଗି ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ଚୀନର ୧୩ ସହର ଓ କାଉଣ୍ଟିୟାଁରେ ଲକଡାଉନ୍ ଲଗାଯାଇଛି ।

China Put Complete Lockdown Restrictions In 13 Cities Amid Covid Cases Surge

ସୂଚନା ଅନୁସାରେ, କରୋନାର ଓମିକ୍ରନ୍ ଭାରିଆଣ୍ଟ ଚୀନରେ ବ୍ୟାପିଛି । ଏବେ କରୋନା ପାଇଁ ଲାଗିଥିବା ଲକଡାଉନ୍ ଫଳରେ ପ୍ରାୟ ୫ କୋଟି ଚୀନ ନାଗରିକ ଘରେ ବନ୍ଦୀ ହୋଇ ଯାଇଛନ୍ତି । କରୋନାର ଚଳିତ ପ୍ରବାହରେ ଜିଲିନ୍ ପ୍ରଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏହାବ୍ୟତୀତ୍ ଚୀନର ଟେକ୍ନୋଲୋଜି ସିଟି ସେନଜେନରେ କଡ଼ା କଟକଣା ଲାଗୁ କରାଯାଇଛି ।

China Put Complete Lockdown Restrictions In 13 Cities Amid Covid Cases Surge

ସଂଘାଇରେ ୨ଟି ଓ ସେନଜେନରେ ଗୋଟିଏ ବଡ଼ ହସ୍ପିଟାଲ୍ ତିଆରି କରାଯାଇଛି । ଏଥିସହ କରୋନା ସଂକ୍ରମଣ ରୋକିବାକୁ ଦେଶରେ ଟେଷ୍ଟିଂକୁ ବ୍ୟାପକ କରାଯାଇଛି । ସୂଚନା ଅନୁସାରେ, ଜିଲିନ୍ ପ୍ରଦେଶରେ ରହୁଥିବା ଲୋକଙ୍କ ୬ ଥର କରୋନା ଟେଷ୍ଟ କରାଯାଇ ସାରିଲାଣି । ଚୀନର ଏଭଳି ପ୍ରସ୍ତୁତିରୁ ଲାଗୁଛି ଦେଶରେ ଏବେ କରୋନାର ଚତୁର୍ଥ ପ୍ରବାହ ପ୍ରଭାବ ଦେଖାଇବା ଆରମ୍ଭ କରିଛି ।

China Put Complete Lockdown Restrictions In 13 Cities Amid Covid Cases Surge

ସଂକ୍ରମଣ ବଢ଼ୁଥିବା ବେଳେ ଉତ୍ତର କୋରିଆ ସୀମାକୁ ଲାଗି ରହିଥିବା ଜିଲିନ୍ ପ୍ରଦେଶରେ ଭ୍ରମଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୀମା ବାହାରକୁ ଯିବା ଏପରିକି ବୁଲିବା ଉପରେ କଟକଣା ଲାଗିଛି । କୁହାଯାଉଛି କରୋନାର ବିଏ୨ ଭାରିଆଣ୍ଟ ଚୀନରେ ବ୍ୟାପୁଛି । ଯାହାକି ମୂଳ ଓମିକ୍ରନ ସ୍ୱରୂପ ଠାରୁ ୧୦ ଗୁଣା ଅଧିକ ଶକ୍ତିଶାଳୀ । ବିଶେଷଜ୍ଞଙ୍କ ଅନୁସାରେ, ଚୀନର ଅନେକ ସହରରେ କରୋନା ମାମଲା ବଢ଼ିବାରେ ଲାଗିଛି । ଦୁନିଆର ଦ୍ୱିତୀୟ ସବୁଠୁ ଉଚ୍ଚ ବିଲ୍ଡିଂ ସଂଘାଇ ଟାୱାରକୁ ସିଲ୍ କରି ଦିଆଯାଇଛି ।