ଭାରତ ଉପରେ ଚୀନ ଖପ୍ପା: ଋଷଠାରୁ ଏସ୍ -୪୦୦ ଟ୍ରାଇମ୍ଫ କ୍ଷେପଣାସ୍ତ୍ର ହାସଲ କରିବା ପରେ ଡରୁଛି ଡ୍ରାଗନ

1 min read

ନୂଆଦିଲ୍ଲୀ: ଋଷଠାରୁ ଭାରତ ଏସ-୪୦୦ ଟ୍ରାଇମ୍ଫ କ୍ଷେପଣାସ୍ତ୍ର ହାସଲ କରିବା ପରେ ଚୀନ ଖପ୍ପା । ଏହି ଶକ୍ତିଶାଳୀ ଓ ଅତ୍ୟାଧୁନିକ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ମିସାଇଲ ସିଷ୍ଟମକୁ ନେଇ ଚୀନ ହୋଇଛି ଅଧିକ ସତର୍କ । ବିଭିନ୍ନ ଉପଗ୍ରହ ଓ ଡ୍ରୋନ ଜରିଆରେ ଏସବୁ ଉପରେ ତୀକ୍ଷ୍ଣ ନଜର ରଖିଛି ଡ୍ରାଗନ । ଏପରିକି ଚୀନର ସାଇବର ଆକ୍ରମଣକାରୀମାନେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା, ଟେଲିକମ ଓ ଶକ୍ତି କ୍ଷେତ୍ରକୁ ଟାର୍ଗେଟ କରିଥିବା ସୂଚନା ମିଳିଛି ।

ଭାରତର ପ୍ରତିରକ୍ଷା ବ୍ୟବସ୍ଥା ସମ୍ପର୍କିତ ସମସ୍ତ ତଥ୍ୟ ହାସଲ ଲାଗି ସାଇବର ସଂସ୍ଥାମାନେ ତତ୍ପର ହୋଇଛନ୍ତି । ସ୍ପର୍ଶକାତର ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବାକୁ ସେମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି । ଆସନ୍ତା ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ବିମାନ ଓ ଡ୍ରୋନ ବିଧ୍ୱଂସୀ କ୍ଷେପଣାସ୍ତ୍ର ଭାରତକୁ ଯୋଗାଣ ଆରମ୍ଭ ହୋଇଛି । ଏହି ଯୋଗାଣକୁ ନେଇ ଆମେରିକା କ୍ଷୁବ୍ଧ ଥିବାବେଳେ ଚୀନ ବିରୋଧ କରିଆସୁଛି ।

ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ସାଇବର ଆଟାକ ହେବାର ସମ୍ଭାବନା ଘନୀଭୂତ ହୋଇଥିବାବେଳେ ବିଭିନ୍ନ ରାଜ୍ୟ ସହ କେନ୍ଦ୍ର ଏନେଇ ଆଲୋଚନା କରିଆସୁଛି । ଗତ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ସାଇବର ଆଟାକ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ଗୋପନ ଖବର ସଂଗ୍ରହକାରୀ ୪୦ଟି କମ୍ପ୍ୟୁଟର ସିଷ୍ଟମ ସମେତ ୧୦୦ଟି ସନ୍ଦିଗ୍ଧ ଓ୍ୱେବ୍ ଆପ୍ଲିକେସନ ଠାବ ହୋଇଥିଲା । ଏନେଇ କେନ୍ଦ୍ର ପକ୍ଷରୁ ୨୦ଟି ରାଜ୍ୟକୁ ସୂଚନା ଦିଆଯାଇଥିଲା । ବିଭିନ୍ନ ରାଜ୍ୟର ପୋଲିସ, ବ୍ୟାଙ୍କ, ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଏଥିରେ ଟାର୍ଗେଟ କରାଯାଇଥିଲା ।

Leave a Reply