spot_img

Latest Posts

ଅଧିକ ଗରମରେ ବି ଖରାପ ହେବନି ଚୀନର ଏହି ଟମାଟ

ନନ୍ଦିଘୋଷ ବ୍ୟୁରୋ :  ଦୀନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଉତ୍ତାପ ଯେତେ ବଢୁଛି ଫସଲ ଉପରେ ସେତିକି ପ୍ରଭାବ ପଡୁଛି । ଐକ ଗବେଷଣାରୁ ଜଣାପଡିଛି, ଯଦି ୧ ଡିଗ୍ରୀ ତାପମାତ୍ରା ବଢୁଛି ତେବେ ଉତ୍ପାଦନ ୬ରୁ ୮ ପ୍ରତିଶତ କମିବା ସମ୍ଭାବନା ରହିଛି । ଏହି ସମୟରେ କୃଷି ଏବଂ ଖାଦ୍ୟ ସୁରକ୍ଷା ପାଇଁ ଉଦ୍ଭିଦଗୁଡ଼ିକର ତାପ ସହ୍ୟ କରିବାର କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।

ଏବେ ଚୀନ୍‌ର ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ‌ର ଇନଷ୍ଟିଚ୍ୟୁଟ୍ ଅଫ୍ ଜେନେଟିକ୍ସ ଆଣ୍ଡ୍ ଡେଭଲପମେଣ୍ଟାଲ୍ ବାୟୋଲୋଜିର ପ୍ରଫେସର ଜୁ କାଓଙ୍କ ଦଳ ଏହି ଦିଗରେ ଏକ ପ୍ରମୁଖ ସଫଳତା ହାସଲ କରିଛନ୍ତି। ସେ ଟମାଟୋ ଗଛରେ ଏକ ନୂତନ ଜୈବିକ ପ୍ରକ୍ରିୟା ଆବିଷ୍କାର କରିଛନ୍ତି। ଯାହା ସେମାନଙ୍କୁ ପ୍ରଚଣ୍ଡ ଗରମରେ ମଧ୍ୟ ବୃଦ୍ଧି ଏବଂ ଅମଳ ବଜାୟ ରଖିବାରେ ସାହାଯ୍ୟ କରେ । ଅର୍ଥାତ୍ ଏହା ଗରମ ସାମ୍ନା କରିବା ସମୟରେ ମଧ୍ୟ ବଢ଼ିପାରିବ। ଏହି ଗବେଷଣା ଏପ୍ରିଲ ୨ ତାରିଖରେ ଡେଭଲପମେଣ୍ଟାଲ୍ ସେଲ୍ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା।

ଗବେଷଣା ଅନୁଯାୟୀ, ଯମାଟୋ ଗଛରେ ଥିବା ‘ସୁଟ୍ ଆପିକାଲ ମେରିଷ୍ଟେମ୍’ ଅର୍ଥାତ୍ ଶୀର୍ଷରେ ଥିବା ପତ୍ର ଓ ଫୁଲ ଗଠନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଥଇବା ଷ୍ଟେମ୍ କୋଷଗୁଡି, ଗରମରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ । ୃଧିକ ଗରମ ହେତୁ ଷ୍ଟlମ୍ କୋଷଗୁଡିକରେ ଅଧିକ କ୍ଷତି ପହଞ୍ଚିଥାଏ  । ଯାହା ଫଲରେ ଗଛ ବଢିବାରେ ବାଧା ସୃଷ୍ଟି ହେବା ସହ ଗଛ ମଧ୍ୟ ମରିଯାଇଥାଏ ।

କିନ୍ତୁ ପ୍ରଫେସର ଜୁ କାଓଙ୍କ ଟିମ୍ ଜାଣିପାରିଲେ ଯେ ଗ୍ରୀଷ୍ମ ଋତୁରେ, ଉଦ୍ଭିଦ ଭିତରେ ‘ପ୍ରତିକ୍ରିୟାଶୀଳ ଅମ୍ଳଜାନ ପ୍ରଜାତି’ ଗଠିତ ହୁଏ, ଯାହା ଏକ ନିର୍ଦ୍ଦିଷ୍ଟ ପ୍ରୋଟିନ୍ TMFକୁ ସକ୍ରିୟ କରେ। ଏହି TMF ଗଛକୁ ଅସ୍ଥାୟୀ ଭାବରେ ଫୁଲ ଫୁଟିବା ବନ୍ଦ କରିବାକୁ ସଙ୍କେତ ଦିଏ, ଯାହା ଫଳରେ ଗଛଟି ଗ୍ରୀଷ୍ମ ଋତୁରେ “ନିଷ୍କ୍ରିୟତା” ଅବସ୍ଥାକୁ ଚାଲିଯାଏ। ଏହାର ଅର୍ଥ ହେଉଛି ଏହା ନିଜକୁ ବନ୍ଦ କରିଦିଏ ଏବଂ ତାପମାତ୍ରା ସ୍ୱାଭାବିକ ହେବା ମାତ୍ରେ, ଏହା ପୁଣି ବଢ଼ିବା ଏବଂ ଫୁଲ ଫୁଟିବା ଆରମ୍ଭ କରେ।

ଏହି ରଣନୀତି ପ୍ରଥମ ଫଳ ଉତ୍ପାଦନରେ ୩୪ ରୁ ୬୩ ପ୍ରତିଶତ ହ୍ରାସକୁ ରୋକିପାରିବ। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଆବିଷ୍କାର ଜଳବାୟୁ ପରିବର୍ତ୍ତନ ଯୁଗରେ ଏପରି ଫସଲ ବିକଶିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ, ଯାହା କଠିନ ପରିସ୍ଥିତିରେ ମଧ୍ୟ ଭଲ ଉତ୍ପାଦନ ଦେଇପାରିବ।  ।

Latest Posts

Don't Miss