ବିହାର ନିର୍ବାଚନ: ଜେଡିୟୁ ଓ ସହଯୋଗୀଙ୍କୁ ୧୨୨, ଭାଜପା ଓ ସହଯୋଗୀଙ୍କୁ ୧୨୧ ଆସନ

ପାଟନା : ବହୁ ପ୍ରତୀକ୍ଷିତ ବିହାର ବିଧାନସଭା ପାଇଁ ଶାସକ ମେଣ୍ଟ ଜେଡିୟୁ ଏବଂ ବିଜେପି ମଧ୍ୟରେ ଆସନ ବୁଝାମଣା ହୋଇଛି । ବିଜେପି ଏବଂ ତାର ସହଯୋଗୀ ୧୨୧ ଆସନରେ ଲଢିବ । ସେହିପରି ଜେଡିୟୁ ଏବଂ ଏହାର ସହଯୋଗୀ ୧୨୨ ଆସନରେ ଲଢିବେ ବୋଲି ସ୍ଥିର ହୋଇଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଦୁଇ ପ୍ରମୁଖ ଦଳ ମଧ୍ୟରେ ୫୦ ପ୍ରତିଶତ ଲେଖାଏ ଆସନ ମିଳିଛି । ତେଣୁ ଅଧିକ ସଂଖ୍ୟକ ଆସନ ଜିତାଇ ଆଣିବା ଉଭୟ ଦଳର ପ୍ରାଥମିକତା ହେବ ।

paswan

ଜେଡିୟୁ ନିଜର ୧୨୨ ଆସନ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଝୀଙ୍କ ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାକୁ ୭ଟି ଆସନ ଛାଡିଛନ୍ତି । ସେହିପରି ବିଜେପି ନିଜ କୋଟାରୁ ବିକାଶଶୀଳ ଇନସାନ ପାର୍ଟିକୁ କିଛି ସିଟ୍ ଦେବ ବୋଲି ଜଣାପଡ଼ିଛି । ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏକ ସାମ୍ବାଦିକ ସମ୍ମିଳନୀରେ ଆସନ ଭାଗବଣ୍ଟା ନେଇ ସୂଚନା ଦେଇଥିଲେ । ସେହିପରି ରାମବିଳାସ ପାଶୱାନଙ୍କ ଏଲଜେପି ମଧ୍ୟ ଅଲଗା ନିର୍ବାଚନ ଲଢୁଛି ।

ଏହାକୁ ନେଇ ସୁଶୀଲ ମୋଦି କହିଥିଲେ ଯେ, ରାମବିଳାସ ପାଶୱାନ ଯଦି ଏହି ସାମ୍ବାଦିକ ସମ୍ମିଳନୀରେ ଥାଆନ୍ତେ, ତେବେ ଏ ପରିସ୍ଥିତି ଉପୁଜି ନଥାନ୍ତା । ତେଣୁ ନିର୍ବାଚନ କମିଶନଙ୍କୁ ଏନଡିଏର ୪ ଦଳ ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ବ୍ୟବହାର କରିପାରିବେ, ସେ ନେଇ ଅନୁରୋଧ କରାଯିବ । ସେହିପରି ବିଜେପି ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜେସୱାଲ ନୀତିଶଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଲଢାଯିବ ବୋଲି ସ୍ପଷ୍ଟ କରିଥିଲେ । ପୂର୍ବରୁ ୨୦୧୦ରେ ଜେଡିୟୁ ୧୪୧ ଏବଂ ବିଜେପି ୧୦୨ ଆସନରେ ପ୍ରାର୍ଥୀ ଦେଇଥିଲା ।

Leave a Reply