ମାଟି ଖୋଳିବାକୁ ଯାଇ ୩ ଜଣଙ୍କ ମୃତ୍ୟୁ ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1 min read
CM Announces Ex-Gratia Of Rs 5 Lakh Each To Kin Of Pottangi Victims

ଭୁବନେଶ୍ୱର: କୋରାପୁଟ ପଟାଙ୍ଗି ବ୍ଲକ ମିରିଆଲୁପାଡୁରେ ମାଟି ଖୋଳିବାକୁ ଯାଇ ୩ ମହିଳାଙ୍କ ମୃତ୍ୟୁ ଘଟଣା । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତ୍ୟୁବରଣ କରିଥିବା ପଟ୍ଟାଙ୍ଗିର ୩ ମହିଳାଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ଏହି ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରବର୍ଗକୁ ମିଳିବ ।

CM Announces Ex-Gratia Of Rs 5 Lakh Each To Kin Of Pottangi Victims

ଘଟଣାରେ ଜଣେ ଆହତ ହୋଇଥିବା ବେଳେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବାସନ ମଜା ଏବଂ ଘର ଲିପା ମାଟି ଖୋଳିବାକୁ ଯାଇଥିବା ବେଳେ ମାଟି ଅତଡ଼ା ଧସିଥିଲା । ଏଥିରେ ମିରିଆଲୁପାଡ଼ୁ ଗାଁର ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ ।

CM Announces Ex-Gratia Of Rs 5 Lakh Each To Kin Of Pottangi Victims

ଆଦିବାସୀଙ୍କ ଚଇତି ପର୍ବ ପାଇଁ ମାଟି ଖୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ମିରିଆଲୁପାଡ଼ୁ ଗାଁର ୧୧ ଜଣ ମାଟି ଆଣିବାକୁ ନିକଟସ୍ଥ ପଡ଼ାଗୁଡ଼ା ଗାଁକୁ ଯାଇଥିଲେ । ସେଠାରେ ମାଟି ଖୋଳୁଥିବା ସମୟରେ ଅତଡ଼ା ଖସିବାରୁ ୪ ଜଣ ମାଟି ଭିତରେ ରହିଯାଇଥିଲେ । ସୂଚନା ପାଇ ସରପଞ୍ଚ ପହଞ୍ଚି ସହଯୋଗୀଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରିଥିଲେ । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ମାନେ ହେଲେ- ରାମୁଲାମା ମୁଷୁରୀ, ତାଙ୍କ ଝିଅ ଦେବୀ ମୁଷୁରୀ ଏବଂ ମିତୁଲା କୋଟା ।

Leave a Reply