କରୋନା ବିରୋଧରେ ଦ୍ୱିତୀୟ ଲଢ଼େଇ, ମୁଖ୍ୟମନ୍ତ୍ରୀ ଦେଲେ ୬ ସୂତ୍ରୀ ମନ୍ତ୍ର

CM directs to ramp up beds with oxygen support system

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ଦେଶର ଅନେକ ଭାଗରେ ଆତଙ୍କ ସୃଷ୍ଟି କରିଛି । ଓଡ଼ିଶାରେ ପରିସ୍ଥିତି ସଂଗୀନ ହୋଇନଥିଲେ ମଧ୍ୟ ରାଜ୍ୟ ସରକାର ଦ୍ୱିତୀୟ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସମୀକ୍ଷା ବୈଠକ କରିଛନ୍ତି ।
ହସ୍ପିଟାଲରେ ଅକ୍ସିଜେନ ସିଷ୍ଟମ ସହିତ ଶଯ୍ୟା ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ୬ ସୂତ୍ରୀ ମନ୍ତ୍ର ଦେଇଛନ୍ତି । ସଂକ୍ରମିତଙ୍କ ପାଇଁ ଡାକ୍ତରଖାନାରେ ବେଡ୍ ଓ ଅକ୍ସିଜେନ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ରାଜ୍ୟରେ ସ୍ଥିତି ସଙ୍କଟାପନ୍ନ ଥିବା ବେଳେ ଆମ ରାଜ୍ୟରେ ଆବଶ୍ୟକ ଔଷଧ ମହଜୁଦ ଅଛି ।

ବୈଠକରେ ଆଇଇସି କ୍ୟାମ୍ପେନିଂକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଅନ୍ୟ ରାଜ୍ୟର ସ୍ଥିତି ଭଳି ଓଡ଼ିଶାରେ ଯେମିତି ନହେବ ସେଥିପାଇଁ ମଧ୍ୟ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କୋଭିଡ୍କ ଟକଣାକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସହଯୋଗ କରିବାକୁ ନିବେଦନ କରିଛନ୍ତି । ସ୍ଥିତି ଅଣାୟତ ହେଲେ କରୋନାକୁ ଆୟତ୍ତ କରିବା କଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସଂକ୍ରମଣ ରୋକିବା ପାଇଁ ପ୍ରବାସୀଙ୍କୁ ଠିକରେ ଥଇଥାନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥିରେ ମିଶନ ଶକ୍ତି ଓ ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରକ୍ରିୟାରେ ସାମିଲ୍ କରିବାକୁ ସେ କହିଛନ୍ତି । ଏହାସହ କରୋନାର ଦ୍ୱିତୀୟ ଲହର ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରାଯିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

CM directs to ramp up beds with oxygen support system

ପ୍ରବାସୀଙ୍କ ଫେରିବା ନେଇ ଜିଲ୍ଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ଓ ସେମାନଙ୍କ ଟେଷ୍ଟିଂ ନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ଲକଡାଉନ୍ ବିନା କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ମାସ୍କ ଜରୁରୀ । ଏହା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ରାଜ୍ୟରେ ଅକ୍ସିଜେନ୍ ଓ ଶଯ୍ୟାର ଅଭାବ ନଥିଲେ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିବାକୁ ସେ କହିଛନ୍ତି । ସମୀକ୍ଷା ବୈଠକରେ ସେ କହିଥିଲେ ଯେ, କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଦ୍ୱାରା ଅନେକ ରାଜ୍ୟ ସାଂଘାତିକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ଗତ କିଛି ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଥିଲେ । ଉପଯୁକ୍ତ ପ୍ରସ୍ତୁତି ଓ ପ୍ରୋଆକ୍ଟିଭ୍ ପଦକ୍ଷେପ କାରଣରୁ ଆମେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛେ ସତ କିନ୍ତୁ ଆମକୁ ଖରାପ ପରିସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ, ଡିଜିପି, ସମସ୍ତ ଜିଲ୍ଲାପାଳ, ଏସପି ସାମିଲ୍ ଥିଲେ ।

Leave a Reply