ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଭୁଲିଗଲେ ଆସାମ ସରକାର, ଗାଡ଼ିକରି ଘରକୁ ପଠାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଭୁଲିଗଲେ ଆସାମ ସରକାର । ଗାଡ଼ି କରି ଘରକୁ ପଠାଇଲେ ମୁଖ୍ୟମନ୍ତ୍ରୀ । ବାହାନଗା ଟ୍ରେନ ଟ୍ରାଜେଡିରେ ଆସାମର ସାମସୁଦିନ ସଇଖ ଓ ସ୍ତ୍ରୀ ସପନା ବେଗମ ଗୁରୁତର ଆହତ ହୋଇଥିଲେ । ବାଲେଶ୍ବର ଡାକ୍ତରଖାନାରୁ ଆସାମ ସରକାର ସମସ୍ତ ରୋଗୀଙ୍କୁ ନେଇଥିବାବେଳେ ସାମସୁଦ୍ଦୀନଙ୍କୁ ଭୁଲି ଯାଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାଲେଶ୍ବର ବିଧାୟକ ସ୍ବରୂପ ଦାସ କାର୍ ଯୋଗେ ଦମ୍ପତ୍ତିଙ୍କୁ ଆସାମ ପଠାଇଛନ୍ତି । ଓଡ଼ିଶା ସରକାରଙ୍କର ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା, ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁ ସାମସୁଦିନ୍ ଓ ତାଙ୍କ ସ୍ତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ସେ କହିଛନ୍ତି । ନିଜ ସରକାର ଭୁଲି ଯାଇଥିବାବେଳେ ଓଡ଼ିଶା ସରକାର ତାଙ୍କୁ ଜୀବନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦମ୍ପତ୍ତି ।