ପୁଣି ବଢ଼ିଲା ଲକ୍‌ଡାଉନ୍ ଅବଧି : ଫଳ ଓ ପନିପରିବାର ହୋମ୍ ଡେଲିଭରୀ କରିବ ଉଦ୍ୟାନ କୃଷି ବିଭାଗ

1 min read

ଚେନ୍ନାଇ: ତାମିଲନାଡ଼ୁରେ ପୁଣି ବଢ଼ିଲା ଲକ୍‌ଡାଉନ୍ ଅବଧି । ଆଉ ସପ୍ତାହକ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ । ମେ ୨୪ ଠାରୁ ଏହି ଲକ୍‌ଡାଉନ୍ ଲାଗୁ ହେବ । ଏହି ଲକ୍‌ଡାଉନ୍ ପ୍ରସ୍ତୁତି ପାଇଁ ଶନିବାର ରାତି ୯ ଟା ଯାଏଁ ଦୋକାନ ବଜାର ଖୋଲାରହିବ ଏଥିସହିତ ମେ‘ ୨୩ ଅର୍ଥାତ ରବିବାର ମଧ୍ୟ ଖୋଲାରହିବ । ସକାଳ ୬ଟାରୁ ରାତି ୯ ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଫଳରେ ଲୋକେ ସେମାନଙ୍କ ଆବଶ୍ୟକ ସାମଗ୍ରୀ କିଣିବା ସହ ନିଜ ହୋମ୍ ଟାଉନ୍‌କୁ ଯାଇପାରିବେ । ଏହି ସମୟ ମଧ୍ୟରେ ଘରୋଇ ଏବଂ ସରକାରୀ ବସ୍‌ ଚଳାଚଳ ନେଇ ଅନୁମତି ଦିଆଯାଇଛି । ଲକ୍‌ଡାଉନ୍ ସମୟରେ ଔଷଧ ଦୋକାନ, ଦୁଗ୍ଧ ଯୋଗାଣ, ପାନୀୟ ଜଳ ଯୋଗାଣ ଏବଂ ଖବରକାଗଜ ବିତରଣକୁ ଅନୁମତି ଦିଆଯାଇଛି । ଫଳ ଓ ପନିପରିବାକୁ ଉଦ୍ୟାନ କୃଷି ବିଭାଗ ଦ୍ୱାରା ବିଭିନ୍ନ ଗାଡ଼ି ସହାୟତାରେ ଚେନ୍ନାଇରେ ଯୋଗାଇ ଦିଆଯିବ । ସଚିବାଳୟ ଏବଂ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ବିଭାଗ କାର୍ଯ୍ୟ କରିବା । ଏତଦ୍ ବ୍ୟତୀତ ବ୍ୟାଙ୍କ କର୍ମଚାରୀ, ଇନ୍ୟୁରାନ୍ସ କମ୍ପାନୀ ଏବଂ ଆଇଟି କମ୍ପାନୀମାନଙ୍କ ଓ୍ୱାର୍କ ଫର୍ମ ସୁବିଧା ନିଜ କର୍ମଚାରୀଙ୍କୁ ଯୋଗାଇଦେବାକୁ କୁହାଯାଇଛି । ଇ-କମର୍ସ ସେବା ସକାଳ ୮ଟାରୁ ସନ୍ଧ୍ୟା ୬ ଟା ଯାଏଁ କାର୍ଯ୍ୟ କରିବ । ତେବେ କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକ ସାମଗ୍ରୀର ଯାତାୟତ ଉପରେ କୌଣସି କଟକଣା ଲାଗୁ ହେବନାହିଁ । କେବଳ ଶେଷକୃତ କାର୍ଯ୍ୟ ପାଇଁ ଆନ୍ତଃଜିଲ୍ଲା ଚଳାଚଳକୁ ଅନୁମତି ଦିଆଯିବ ।

ଏଥିସହିତ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କଲେ ସିରମର ବରିଷ୍ଠ ଅଧିକାରୀ, ଷ୍ଟକ୍ ନଦେଖି,ହୁ’ର ଗାଇଡ୍ ଲାଇନ୍ ନମାନି ଟିକାକରଣ

Leave a Reply