‘ଓମିକ୍ରନ’ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ: ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ

1 min read

ଭୁବନେଶ୍ୱର: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂପର୍କରେ ଲୋକଙ୍କୁ ସତର୍କ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହରୀକୁ ଓଡ଼ିଶା ସଫଳ ଭାବରେ ମୁକାବିଲା କରିପାରିଛୁ । ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ତା’ର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୁଧବାର ଗରୀବ ଲୋକଙ୍କ ପାଇଁ କୋଭିଡ ସହାୟତାର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ କୋଭିଡ ପରିଚାଳନାରେ ଓଡିଶା ଦେଶର ମଡେଲ ହୋଇପାରିଛି। । BSKY ଯୋଜନାର ଉଦାହରଣ ଦେଇ ସେ କହିଲେ ଯେ ଦେଶର ଅନ୍ୟ କୌଣସି ରାଜ୍ୟରେ ଜନସାଧାରଣଙ୍କୁ ଏତେ ବ୍ୟାପକ ଭାବରେ ସ୍ୱାସ୍ଥ୍ୟସେବା ଯୋଜନାରେ ସାମିଲ କରାଯାଇପାରି ନାହିଁ । ପ୍ରଶାସନରେ ୫-ଟିର ପ୍ରୟୋଗ ଯୋଗୁ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରୁଛି ବୋଲି ମତ ଦେଇଥିଲେ ।

ସୂଚନା ଯୋଗ୍ୟ ଯେ,ଗତକାଲି ରାଜ୍ୟରେ ଚିହ୍ନଟ କରୋନା ସଂକ୍ରମିତଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଥିବା ସ୍ପଷ୍ଟ ହୋଇଛି । ୨ ସଂକ୍ରମିତ ହେଲେ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର । ଏମାନେ ନାଇଜେରିଆ ଓ କତାରରୁ ଫେରିଥିଲେ । ଜିନମ ସିକ୍ୱେନ୍ସିଂରୁ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲଶ । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ  ଏ ନେଇ ସୂଚିତ କରାଯାଇଥିଲା ।

ସଂକ୍ରମିତ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଓମିକ୍ରନ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକରେ ଆଲୋଚନା ହୋଇଛି । ୨ ଓମିକ୍ରନ ଆକ୍ରାନ୍ତ ଖୋର୍ଦ୍ଧା ଓ ଜଗତସିଂହପୁରର । ଜଣଙ୍କର ବୟସ ୪୧ ଓ ଅନ୍ୟଜଣଙ୍କର ବୟସ ୪୩ । ଜଣେ ନାଇଜେରିଆ ଓ ଅନ୍ୟଜଣେ କତାର ଫେରନ୍ତା । ଜିନମ ସିକ୍ବେନ୍ସିଂରୁ ଉଭୟ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଜଗତସିଂହପୁରର ଚିହ୍ନଟ ବ୍ୟକ୍ତି କଟକର ଏକ ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

ସେ ରହୁଥିବା ହୋଟେଲର ୬ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି । କର୍ମଚାରୀଙ୍କ ନେଗେଟିଭ୍ ରିପୋର୍ଟ ଆସିଥିବା କଟକ ଏଡିଏମଓ ସୂଚନା ଦେଇଛନ୍ତି । ତେବେ ୨ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ଲକ୍ଷଣ ନାହିଁ । ଜଣକର ସ୍ୱଳ୍ପ ଲକ୍ଷଣ ରହିଛି । ଉଭୟ ଭଲ ଅଛନ୍ତି । ଉଭୟଙ୍କ ସଂସ୍ପର୍ଶରେ ୨୧ଜଣ ଆସିଛନ୍ତି । ସେମାନଙ୍କ ଉପରେ ନଜର ରଖାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ପୂର୍ବରୁ ଆଟ୍‌ ରିସ୍କ ଦେଶରୁ କଟକ ଆସିଥିବା ୭ଜଣ କୋଭିଡ ପଜିଟିଭଙ୍କ ଜିନ୍ ଅନୁଶୀଳନ ରିପୋର୍ଟରୁ ୪ ଜଣଙ୍କର ଓମିକ୍ରନ୍ ନେଗେଟିଭ ଆସିଥିଲା ।

Leave a Reply