କଡାକଡ଼ି ହେଲା କୋଭିଡ ଚେକିଂ, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ରାଜ୍ୟର କରୋନା ସ୍ଥିତିକୁ ପୁଣି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତର୍କ ଏବଂ ସଚେତନ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାମାଜିକ ଦୂରତା ରକ୍ଷାକରିବା ଏବଂ ମାକ୍ସ ପିନ୍ଧିବାକୁ ପୁନର୍ବାର ଗୁରୁତ୍ବ ଦିଆଯାଇଛି । ସେପଟେ ଆଜିର ସମୀକ୍ଷା ବୈଠକରେ ଅମାନିଆଙ୍କୁ ସାବାଡ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ଆଗାମୀ ଦଶ ଦିନ ମାକ୍ସ ଚେକିଂ ସହ କୋଭିଡ ଗାଇଡଲାଇନ ମାନିବାକୁ ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅମାନିଆଙ୍କ ପ୍ରତି ପୋଲିସ ଅଧିକ କଠୋର ହେବା ସହ କୋଭିଡ କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଆଯାଇଛି ନିର୍ଦ୍ଦେଶ ।

ସେପଟେ ଯେହେତୁ ସୀମାନ୍ତବର୍ତ୍ତୀ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢୁଛି ତେଣୁ ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପଶ୍ଚିମ ଓଡିଶାର ସ୍ଥିତି ଅନୁଧ୍ୟାନ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଡାକ୍ତର, ପାରା ମେଡିକାଲ୍ କର୍ମଚାରୀ ଓ ଲ୍ୟାବ ଟେକ୍ନିସିଆନ୍‌ଙ୍କୁ ପୁନଃନିଯୁକ୍ତି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply