ବାତ୍ୟା ପ୍ରଭାବିତ ଅଞ୍ଚଳ ଯିବେ ମୁଖ୍ୟମନ୍ତ୍ରୀ, ଆକାଶ ମାର୍ଗରୁ କରିବେ ଦେଖିବେ ସ୍ଥିତି

ଭୁବନେଶ୍ୱର: ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ । ସୂଚନା ମୁତାବକ 12.30 ସମୟରେ ମୁଖ୍ୟମନ୍ତ୍ରୀ ଏହି କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରିବା ପାଇଁ ବାହାରିବେ ।

ଗତକାଲି ବାତ୍ୟା ସମୀକ୍ଷା ବେଳେ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଲରେ ଯୋଗାଯୋଗ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ଅଞ୍ଚଳରେ ବିଜୁଳି ଯୋଗାଣ କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୭ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇବାକୁ ଗୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ବାତ୍ୟା ୟାସରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା । ବାଲେଶ୍ୱରରେ ସ୍ଥଳଭାଗ ଛୁଇଁଥିବାବେଳେ ବ୍ୟାପକ ପବନ ଏବଂ ଲଗାଣ ବର୍ଷା ଯୋଗୁଁ ଅନେକ ଘର ଏବଂ ଗଛ ଭାଙ୍ଗିଛି । ସେପଟେ ଅଧିକାଂଶ ଚାଷ ଜମିରେ ସମୁଦ୍ର ପାଣି ମାଡିଯିବା ହେତୁ ବ୍ୟାପକ କ୍ଷତି ଘଟିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଗୁଆ ନିଷ୍ପତି ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଧନଜୀବନ କ୍ଷତି ଘଟିନାହିଁ ।

କିନ୍ତୁ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ତ୍ୱରିତ ନିଷ୍ପତି ଏବଂ ଆଗୁଆ ପଦକ୍ଷେପ ଯୋଗୁଁ ବାତ୍ୟାକୁ ସଫଳ ଭାବେ ମୁକାବିଲା କରାଯାଇପାରିଛି ।

Leave a Reply