ସମ୍ୱଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: BSKY ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ

1 min read

ସମ୍ୱଲପୁର: ଆସନ୍ତାକାଲି ସମ୍ବଲପୁର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ଜିଲ୍ଲାର ୨ଲକ୍ଷ ୨୮ହଜାର ୨୧୩ଜଣ ହିତାଧିକାରୀ ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବେ। ଏହାଦ୍ୱାରା ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିପାରିବ । ପ୍ରତି ପରିବାରକୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ରାଜ୍ୟ ତଥା ରାଜ୍ୟ ବାହାରର ୨ଶହରୁ ଅଧିକ ହସପିଟାଲ୍‌ରେ ସ୍ମାର୍ଟ ହେଲ୍‌ଥ କାର୍ଡରେ ସ୍ୱାସ୍ଥ୍ୟ ସେବା ମିଳିବ । ଏହା ସହ ୭ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଶେଷ ପଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ରହି ପ୍ରସ୍ତୁତିର ତଦାରଖ କରୁଛନ୍ତି। ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର, ପୁରୀ, ଦେବଗଡ , ମୟୂରଭଞ୍ଜ ପରେ ସମ୍ବଲପୁରରେ ଲେଖାହେବ ସ୍ୱାସ୍ଥ୍ୟସେବାର ନୂଆ ଅଧ୍ୟାୟ।

ପୂର୍ବରୁ ମଧ୍ୟ ବିଭିନ୍ନ ଜିଲ୍ଲାଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଏସକେଓ୍ୱାଇ ଯୋଜନାରେ  ସ୍ମର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ବିିଭିନ୍ନ ଲୋକେ ଉପକୃତ ମଧ୍ୟ ହୋଇପାରିଛନ୍ତି । କଣ୍ଟାବାଞ୍ଜି ଏନଏସି ୧୨ ନମ୍ବର ଓ୍ୱାର୍ଡ ସିଙ୍ଗଲପଡ଼ାର କାଳିଆ ବେହେରା ପାଇଛନ୍ତି ଏହାର ସୁଫଳ । ରାୟପୁର ରାମକ୍ରିଷ୍ଣ ହସ୍ପିଟାଲରେ ବିଜୁ ସ୍ମାର୍ଟ କାର୍ଡରେ ଚିକିତ୍ସିତ ହୋଇଛନ୍ତି କାଳିଆ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ରାସଗୋବିନ୍ଦପୁର ସ୍ଥିତ ରଙ୍ଗାମାଟିଆ ଠାରେ ଥିବା ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଉକ୍ତ ସ୍ୱାସ୍ଥ୍ୟକାର୍ଡ଼ ଯୋଗେ ୭୫ ଜଣ ଚକ୍ଷୁ ପୀଡିତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏଭଳି ଅନେକ ହିତାଧିକାରୀ ଏହି ସ୍ମାର୍ଟ କାର୍ଡ ଯୋଗେ ନିଜର ମାଗଣା ଚିକିତ୍ସା କରାଇପାରିଛନ୍ତି ।

ଏଥିସହିତ ପଢ଼ନ୍ତୁ: BSKYରେ ଉପକୃତ ବିନିତା, ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

 

 

 

Leave a Reply