ବ୍ରହ୍ମପୁରରୁ କେମିତି ପହଞ୍ଚିଲେ କଗ୍ନିଜାଣ୍ଟ? ଯୁବବର୍ଗଙ୍କୁ ବାଟ ବତାଇଲେ ଗ୍ଲୋବାଲ ସିଇଓ

1 min read

ଭୁବନେଶ୍ବର: ଗତକାଲି ଭୁବନେଶ୍ବରରେ ଖୋଲିଛି ଆଇଟି ଜ୍ଯାଣ୍ଟ କଗ୍ନିଜାଣ୍ଟ ଅଫିସ । ଏହି ଅବସରରେ କମ୍ପାନୀର ଗ୍ଲୋବାଲ ସିଇଓ ରବି କୁମାରଙ୍କ ସହ କିଛି ମୁହୂର୍ତ୍ତ ବିତାଇବାକୁ ସମୟ ପାଇଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ରବି କୁମାର ବ୍ରହ୍ମପୁରରୁ ଯାତ୍ରା ଆରମ୍ଭ କରି ବିଶ୍ବ ଆଇଟି କରିଡରରେ ପହଞ୍ଚିବାକୁ ସମର୍ଥ ହୋଇଛନ୍ତି ।

ବିଶ୍ବର ସର୍ବବୃହତ କମ୍ପାନୀ କଗ୍ନିଜାଣ୍ଟର ସେ ଗ୍ଲୋବାଲ ସିଇଓ ହୋଇପାରିଛନ୍ତି । ତାଙ୍କ ସଫଳତା ଯୁବବର୍ଗଙ୍କୁ ପ୍ରେରଣା ଦେଉଛି । ତାଙ୍କ ଅଭୂତପୂର୍ବ ଜୀବନଯାତ୍ରା ଯୁବଗୋଷ୍ଠୀଙ୍କୁ ସଫଳତାର ମାର୍ଗ ଦେଖାଇବ ବୋଲି ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ।

ଲମ୍ବା ଅଧ୍ଯବସାୟ, ନିଜ ଉପରେ ବିଶ୍ବାସ ଏବଂ ଅସରନ୍ତି ପ୍ରଚେଷ୍ଟା ସଫଳତା ଆଣିବ ହିଁ ଆଣିବ ବୋଲି 5T ଅଧ୍ଯକ୍ଷଙ୍କ ପ୍ରଶ୍ନର ଉତ୍ତରେ ଏହି ମନ୍ତ୍ର ଦେଇଛନ୍ତି ରବି କୁମାର ।