ଜେଲରୁ ଜ୍ୟାକଲିନଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ମେସେଜ୍, କଳା ଡ୍ରେସ୍ ପିନ୍ଧି କୋର୍ଟକୁ ଆସିବ

ମୁମ୍ବାଇ: ବଲିଉଡ ଅଭିନତ୍ରୀଙ୍କ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୁକେଶ ଚନ୍ଦ୍ରଶେଖର ମେସେଜ କରିଥିବାବେଳେ ଏବେ ଏହା ଲିକ୍ ହୋଇଯାଇଛି । ସୋସିଆଲ ମିଡିଆରେ ଏହି ମେସେଜଟି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସୁକେଶ ଚନ୍ଦ୍ରଶେଖର ଏକ ମେସେଜ କରିଛନ୍ତି । ଯେଉଁଥିରେ ଲେଖା ଅଛି କି, ତୁମେ କୋର୍ଟକୁ କଳା ଡ୍ରେସ ପିନ୍ଧି ଆସିବ । ସେ ଲେଖିଥିବା ପତ୍ରରେ , ବେବି ଏଇ ମାସ ୬ ତାରିଖକୁ ଆମର ଅଦାଲତରେ ତାରିଖ ରହିଛି । ଯଦି ତୁମକୁ ଭିଡିଓ କନଫରେନ୍ସଂ ଜରିଆରେ ପେସ କରାଯାଏ ତାହେଲେ କଳା ରଙ୍ଗର ପୋଷାକ ପିନ୍ଧି ବସିବ । ଏହାଦ୍ବାରା ମୁଁ ଜାଣିବି କି, ତୁମେ ମୋତେ ବହୁତ ଭଲ ପାଉଛ । ଏବଂ ମୋ ମେସେଜ ତୁମ ପାଖରେ ପହଞ୍ଚିଛି । ବେବି ମୁଁ ତୁମକୁ ବହୁତ ଭଲ ପାଉଛି । ତୁମେ ସବୁବେଳେ ମୋର ହୋଇ ରହିବ । ଲୋକମାନେ ତୁମର ଆଉ ମୋ ଫଟୋକୁ ନେଇ ଟ୍ରୋଲ କରୁଛନ୍ତି । ବାସ୍ତବରେ ତୁମେ ଷ୍ଟାର । ଏଭଳି ଏକ ପତ୍ର ପଠାଇଥିବାବେଳେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।