ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ୍‌ରେ ସ୍ପେଶାଲ କ୍ରାଇମ ୟୁନିଟ୍

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ସ୍ପେଶାଲ କ୍ରାଇମ ୟୁନିଟ । ନିଶା ବେପାରୀଙ୍କ ଉପରେ ଚଢ଼ାଉ କରିଛି କମିଶନରେଟ ପୋଲିସ । ଭୁବନେଶ୍ବର ସିଆରପି ଛକରୁ ୬୬୦ ଗ୍ରାମ ବ୍ରାଉନସୁଗର ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି । ସିଆରପି ଫ୍ଲାଏ ଓଭର ନିକଟରେ ଏକ ପିକ ଅପ ବୋଲେରୋ ସାହାଯ୍ୟରେ ସେମାନେ ବ୍ରାଉନସୁଗାର ଚାଲାଣ କରୁଥିଲେ । ମୁଖ୍ୟତଃ ଏମାନେ ମାଛ ବେପାର ଜରିଆରେ ପାଉଡର ଡିଲ କରୁଥିଲେ ।

ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ବିଭିନ୍ନ କ୍ଲବ ଓ ପବରେ ନିଶା ଡିଲ କରିବାର ଯୋଜନା କରୁଥିବା ଜାଣିବାକୁ ପାଇଛି ପୋଲିସ । ମେ’ ମାସରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ସଫଳତାର ସହ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଏ ପର୍ଯ୍ୟନ୍ତ ୨ କେଜି ୮୦ ଗ୍ରାମ ବ୍ରାଉନସୁଗର ଚଳିତ ବର୍ଷ ଜବତ କରାଯାଇଛି । ୬୧ କେସ ଭୁବନେଶ୍ୱର ୟୁପିଡ଼ିରେ ରୁଜୁ କରାଯାଇଛି । ହ୍ବାଇଟ୍ ସ୍ପାଇଡର ଅପରେଶନକୁ ବ୍ୟାପକ କରାଯାଇଛି । ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।