ରାଜନୀତିକୁ ସିରିୟସରେ ନେଉନି କଂଗ୍ରେସ: ମମତା ବାନାର୍ଜୀ

ପାନାଜୀ: ଗୋଆ ଗସ୍ତର ଶେଷ ଦିନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ଓ ବିଜେପି ଉପରେ ବର୍ଷିଛନ୍ତି । ମମତା ବାନାର୍ଜୀ କହିଛନ୍ତି କି କଂଗ୍ରେସ ପାଇଁ ହିଁ ପ୍ରାଧନମନ୍ତ୍ରୀ ମୋଦି ଅଧିକ ଶକ୍ତିଶାଳୀ ହେଉଛନ୍ତି । କାରଣ କଂଗ୍ରେସ ରାଜନୀତିକୁ ଗୁରୁତ୍ବ ଦେଉନାହିଁ । ପାନାଜୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ସମୟରେ ମମତା କହିଛନ୍ତି କି କଂଗ୍ରେସ ରାଜନୀତିକୁ ଗମ୍ଭୀରତାର ସହ ନେଉନାହାନ୍ତି ଯାହା ଫଳରେ ମୋଦି ଅଧିକ ଶକ୍ତିଶାଳି ହେଉଛନ୍ତି । ସେ ଆହୁରି କହିଛନ୍ତି କି କଂଗ୍ରେସକୁ ପ୍ରଥମେ ସୁଯୋଗ ମିଳିଥିଲା । କିନ୍ତୁ ସେମାନେ ମୋ ରାଜ୍ୟରେ ବିଜେପି ପରିବର୍ତ୍ତେ ମୋ ବିରୋଧରେ ଲଢ଼େଇ କରୁଥିଲେ । ଏଥିସହ ଆଜି ପାନାଜୀରେ ଅନୁଷ୍ଠିତ ଏହି ସଭାରେ ଏକ ବଡ଼ ଘୋଷଣା କରିଛନ୍ତି ମମତା । ଗୋଆର ସମସ୍ତ ସିଟରେ ଟିଏମସି ପ୍ରତିଦ୍ବନ୍ଦିତା କରିବ ବୋଲି ଘୋଷଣା କରିଛନ୍ତି ମମତା ।

ତେବେ ଏହା ପୂବର୍ରୁ ମମତା ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ । ମମତା ବାନାର୍ଜୀ କହିଥିଲେ କି ବିଜେପି ‘ଆଚ୍ଛେ ଦିନ’ ପ୍ରତିଶୃତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ବିଜେପି ଦେଶକୁ ଧ୍ବଂସ କରିବାରେ ବ୍ୟସ୍ତ ଅଛନ୍ତି । ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ଡିଜେଲ, ପେଟ୍ରୋଲ,ଏଲପିଜି ମୂଲ୍ୟ ବୃଦ୍ଧି ହେଉଛି । କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ବିଜେପି ଗମ୍ଭୀର ନୁହେଁ । ତେବେ ଏହା ପୂର୍ବରୁ ଗୋଆ ଫରଓ୍ବାର୍ଡ ପାର୍ଟି ନେତା ବିଜୟ ସର୍ଦ୍ଦାର  ମମତାଙ୍କୁ ଭେଟିଥିଲେ । ମମତାଙ୍କୁ ଭେଟିବା ପୂର୍ବରୁ ବିଜୟ ସର୍ଦ୍ଦାର ଟୁଇଟ୍ କରି କହିଛନ୍ତି କି ଗତ ଦୁଇ ବର୍ଷ ଧରି ମୁଁ ଗୋଆ ବିଜେପି ବିରୋଧରେ ଲଢ଼େଇ କରୁଛି । ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କ ଏକତା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ବିଜୟ ସର୍ଦ୍ଦାର । ତେବେ ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବ । ଆସନ୍ତା ଗୋଆ ନିର୍ବାଚନରେ ବିଜେପିକୁ ଶାସନରୁ ହଟାଇବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି । ଏହାପୂର୍ବରୁ ଗତକାଲି ଗୋଆରେ ମମତାଙ୍କ ଉପସ୍ଥିତିରେ ନାଫିସା ଅଲି ଓ ଲିଅଣ୍ଡର ପେସ୍ ଟିଏମସିରେ ଯୋଗ ଦେଇଛନ୍ତି ।

Leave a Reply