କାଲି ବିଜେଡି ଆଜି କଂଗ୍ରେସର ଗର୍ଜନ, ଓବିସିଙ୍କୁ ଶିକ୍ଷା, ନିଯୁକ୍ତିରେ ୨୭% ସଂରକ୍ଷଣ ଦାବିରେ ଆନ୍ଦୋଳନ

1 min read

ଭୁବନେଶ୍ବର : ବିଜେଡି ରାସ୍ତାରେ କଂଗ୍ରେସ । ୧୧.୨୫ ନୁହେଁ । ଦିଅ ୨୭ ପ୍ରତିଶତ ସଂରକ୍ଷଣ । ଯାହାର ସଂଖ୍ୟା ଯେତେ ତାର ଭାଗ ସେତେ। ପଛଆବର୍ଗଙ୍କୁ ଶିକ୍ଷା, ନିଯୁକ୍ତି ୨୭ ପ୍ରତିଶତ ସଂରକ୍ଷଣ ଦେବାନେଇ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେରେ ୨୪ ଘଣ୍ଟିଆ ଅହରାତ୍ର ଧାରଣା ଦେଇଛି ଦଳ । ପିସିସି ସଭାପତି  ଭକ୍ତ ଦାସଙ୍କ ନେତୃତ୍ବରେ କଂଗ୍ରେସ ନେତା ଓ କର୍ମୀ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି କରିଛନ୍ତି । ଅନ୍ୟ ରାଜ୍ୟରେ ୨୭ ପ୍ରତିଶତ ସଂରକ୍ଷଣ ମିଳିପାରୁଛି ଓଡିଶାରେ କାହିଁକି ହେବନି । ସରକାରଙ୍କ ଆନ୍ତରିକତା ରହିଲେ ଖାଲି ସରକାରୀ ସ୍ତରରେ ନୁହେଁ ବେସରକାରୀ ନିଯୁକ୍ତିରେ ବି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ । ଏସସି-ଏସଟି ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଓ ବୈଷୟିକ ଶିକ୍ଷାରେ ୪୦ ପ୍ରତିଶତ ସଂରକ୍ଷଣ ନେଇ ଦଳ ଦାବି କରିଛି । ଆଗାମୀ ଦିନରେ କଂଗ୍ରେସ ଦଳ ଏହି ଆନ୍ଦୋଳନକୁ ଗାଁ ଗାଁରେ ପହଞ୍ଚାଇବ ବୋଲି ଚେତାବନୀ ଦେଇଛି ।

୨୭ ପ୍ରତିଶତ  ସଂରକ୍ଷଣ ଦାବିରେ କଂଗ୍ରେସର ଗୋଟିଏ ପରେ ଗୋଟିଏ ନେତା ମୋହନ ସରକାରଙ୍କୁ ଟାର୍ଗେଟ କରିଥିଲେ । ଜାତିଭିତ୍ତିକ ଜନଗଣନା କେନ୍ଦ୍ର ସରକାର କେବେ କରିବେ ତାହାର ବି ନିଦ୍ଦିଷ୍ଟ ତାରିଖ ଘୋଷଣା କରିବାକୁ କଂଗ୍ରେସ ଦାବି କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି  ପଛୁଆ ବର୍ଗଙ୍କ ପାଇଁ ସବୁବେଳେ ବିଜେଡି ଲଢେଇ କରି ଆସିଛି । ପଛୁଆ ବର୍ଗଙ୍କୁ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ନ ମିଳିବା ପର୍ଯ୍ୟନ୍ତ  ଲଢେଇ ଦିଲ୍ଲୀରୁ ପଲ୍ଲୀ ଯାଏ ଦଳ ଜାରି ରଖିବ । ସେପଟେ କଂଗ୍ରେସର ୨୪ ଘଣ୍ଟିଆ ଅହୋରାତ୍ର ଧାରଣାକୁ ନେଇ ପ୍ରଶ୍ନ ଉଠାଇଛି ଶାସକ ଦଳ । କଂଗ୍ରେସର ପ୍ରତିବାଦକୁ ତାତ୍ସଲ୍ୟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପଛୁଆ ବର୍ଗକୁ ସଂରକ୍ଷଣ ଦାବିରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଏକ୍ ହେବା ଫଳରେ ବ୍ୟାକ ଫୁଟରେ ରାଜ୍ୟ ସରକାର । ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।