ସନ୍ଧ୍ୟା ୬ଟା ୩୦ରୁ ୭ ଯାଏଁ ବିଦ୍ୟୁତ ଉପକରଣ ବନ୍ଦ କରିବାକୁ କଂଗ୍ରେସର ଆହ୍ୱାନ

ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିବ କଂଗ୍ରେସ  । ସନ୍ଧ୍ୟା ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ସମସ୍ତ ବିଦ୍ୟୁତ ଉପକରଣ ବନ୍ଦ କରି ପ୍ରତିବାଦ କରିବ କଂଗ୍ରେସ । ଅଧଘଣ୍ଟାଏ ପର୍ଯ୍ୟନ୍ତ ବିଦ୍ୟୁତ ଉପକରଣ ବନ୍ଦ କରି ପ୍ରତିବାଦ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  କରୋନା ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ଥିବା ବେଳେ, ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳୀତା ବିଡା ସଦୃଶ ହୋଇଛି । ରାଜ୍ୟରେ ପ୍ରତି ୟୁନିଟ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ୩ ଟଙ୍କା ଥିବା ବେଳେ, ବିଦ୍ୟୁତ କମ୍ପାନୀ ୬ଟଙ୍କା ଦରରେ ଗ୍ରାହକଙ୍କଠାରୁ ଆଦାୟ କରୁଛନ୍ତି । ବର୍ତ୍ତମାନ ସମୟରେ ବିଦ୍ୟୁତ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ କରୁଛି । ସେଥିପାଇଁ ରାଜ୍ୟର ସମସ୍ତ ବ୍ଲକ ଓ ସଦର ମହକୁମାରେ ଧାରଣା, ବିକ୍ଷୋଭ କରି ସ୍ମାରକ ପତ୍ର ପ୍ରଦାନ କରାଯାଉଛି ବୋଲି ନିରଞ୍ଜନ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ

Leave a Reply