ଅନ୍ତିମ ବିକଳ୍ପ ହେଉ ଲକଡାଉନ୍: ପ୍ରଧାନମନ୍ତ୍ରୀ ମୋଦି

2 min read
consider lockdowns only as the last option Said PM Modi

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ବେଶ୍ ଚିନ୍ତାଜନକ ଥିବାବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ବିରୋଧରେ ଦେଶ ଆଜି ବଡ଼ ଲଢ଼େଇ କରୁଛି । କିଛି ସପ୍ତାହ ପୂର୍ବ ଯାଏ ସ୍ଥିତି ଠିକ୍ ଥିଲା । ଏବେ କରୋନାର ଦ୍ୱିତୀୟ ପ୍ରବାହ ଭୟଙ୍କର ହେଉଛି । ଯେଉଁ କଷ୍ଟ ଆପଣ ସହିଥିଲେ, ସହୁଛନ୍ତି ତାହ ମୋତେ ଜଣା ଅଛି । ଯେଉଁ ଲୋକ ନିଜର ପରିଜନକୁ ହରାଇଛନ୍ତି । ସେମାନଙ୍କ ସହ ମୋର ସମବେଦନା ରହିଛି । ପରିବାରର ସଦସ୍ୟ ଭାବେ ମୁଁ ଆପଣମାନଙ୍କ ଦୁଃଖରେ ସାମିଲ୍ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

କରୋନା ଯୁଦ୍ଧ ବଡ଼ ଅଟେ । ଆମ ସମସ୍ତଙ୍କୁ ମିଳିତ ଭାବେ ଲଢ଼ିବାକୁ ପଡ଼ିବ । ମୁଁ ଦେଶର ସମସ୍ତ ଡକ୍ଟର, ମେଡିକାଲ ଷ୍ଟାଫ, ପାରା ମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ସୁରକ୍ଷାକର୍ମୀ, ପୋଲିସ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନେ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ଆଜି ପୁଣିଥରେ କରୋନାର ଦ୍ୱିତୀୟ ଲହର ବେଳେ ଆପଣଙ୍କ ପରିବାର ଚିନ୍ତା ଛାଡ଼ି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି । କଠିନରୁ ଅଧିକ କଠିନ ସମୟରେ ଆମକୁ ଧୈର୍ଯ୍ୟ ହରାଇବା ଅନୁଚିତ୍ । କୌଣସି ପରିସ୍ଥିତିରୁ ମୁକୁଳିବା ଲାଗି ସଠିକ ନିଷ୍ପତ୍ତି, ସଠିକ୍ ପ୍ରୟାସ ବିଜୟ ଦେଇ ପାରିବ । ଏହି ମନ୍ତ୍ରକୁ ନେଇ ଆଜି ଦେଶ ଦିନରାତି କାର୍ଯ୍ୟ କରୁଛି ।

ବିଗତ କିଛି ଦିନରେ ନିଆଯାଇଥିବା ପଦକ୍ଷେପ ସ୍ଥିତିକୁ ଦ୍ରୁତଗତିରେ ସୁଧାର ଆଣିବ । ଏବେ କରୋନା ପାଇଁ ଦେଶର ଏକାଧିକ ସ୍ଥାନରେ ଅକ୍ସିଜେନ୍ ଚାହିଦା ବହୁତ ଅଧିକ ବଢ଼ିଛି । ଏହି ବିଷୟରେ ସରକାର ସମ୍ବେଦନଶୀଳତାର ସହ କାମ କରୁଛନ୍ତି । କେନ୍ଦ୍ର ସରାକର ଓ ରାଜ୍ୟ ସରକାର, ଘରୋଇ ସଂସ୍ଥା ସମସ୍ତଙ୍କ ପୂରା ଚେଷ୍ଟା ସମସ୍ତ ଗୁରୁତରଙ୍କୁ ଅକ୍ସିଜେନ୍ ମିଳୁ । ଅକ୍ସିଜେନ୍ ଉତ୍ପାଦନ ଓ  ଯୋଗାଣକୁ ବଢ଼ାଇବା ଲାଗି ବିଭିନ୍ନ ଉପାୟ କରାଯାଉଛି । ରାଜ୍ୟରେ ନୂଆ ଅକ୍ସିଜେନ୍ ପ୍ଲାଣ୍ଟ ସହ ୧ ଲକ୍ଷ ନୂଆ ସିଲିଣ୍ଡର ପହଞ୍ଚାଇବା ଉଦ୍ୟମ ହେଉଛି । ଶିଳ୍ପ ସଂସ୍ଥାରେ ବ୍ୟବହୃତ ଅକ୍ସିଜେନକୁ ମେଡିକାଲରେ ବ୍ୟବହାର, ଅକ୍ସିଜେନ୍ ରେଳ ଆଦି ପ୍ରୟାସ କରାଯାଉଛି । ଏବେ ବଢ଼ୁଥିବା କରୋନା କେସ୍ ଦେଖି ଦେଶରେ ଔଷଧ ଉତ୍ପାଦନ ବୃଦ୍ଧି କରାଯାଇଛି । ଜାନୁଆରୀ, ଫେବ୍ରୁଆରୀ ତୁଳନାରେ ଅଧିକ ଔଷଧ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଔଷଧ ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି ।

ଏଥିସହ ହସ୍ପିଟାଲ ଗୁଡ଼ିକରେ ଶଯ୍ୟା ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି କରାଯାଉଛି । କିଛି ସହରରେ ଚାହିଦାକୁ ଦେଖି ବଡ଼ ବଡ଼ କୋଭିଡ୍ ହସ୍ପିଟାଲ ନିର୍ମାଣ ହେଉଛି । ଗତବର୍ଷ କରୋନାର ଅଳ୍ପ କିଛି ମାମଲା ଆସିଥିଲା । ଆମ ବୈଜ୍ଞାନିକ ଦିନରାତି କାମ କରି କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିଲେ । ଦୁନିଆରେ ଭାରତରେ ସବୁଠାରୁ ଶସ୍ତା ଭ୍ୟାକ୍ସିନ୍ ମିଳୁଛି । ଭାରତରେ କୋଲ୍ଡ ଚେନ୍ ବ୍ୟବସ୍ଥା ଅନୁକୂଳ ଟିକା ଆମ ପାଖରେ ଅଛି । ଟିମ୍ ୱାର୍କ ଯୋଗୁଁ ଭାରତ ୨ଟି ଦେଶୀ ଟିକା ସହ ଟିକାକରଣ ଆରମ୍ଭ କରିପାରିଥିଲା । ଅଧିକରୁ ଅଧିକ ଅଞ୍ଚଳରେ ଲୋକଙ୍କୁ ଟିକା ଦିଆଯିବା ପରେ ଗୁରୁତ୍ୱ ଦିଆଯାଉଛି । ଏବେ ସୁଦ୍ଧା ୧୨ କୋଟି ଲୋକଙ୍କୁ ଟିକା ଦିଆଗଲାଣି । ଆମ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ କରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କ ବଡ଼ ଶତକଡ଼ା ଭ୍ୟାକ୍ସିନ୍ ନେଇ ସାରିଲେଣି । ମେ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କ ଯେକୌଣସି ବ୍ୟକ୍ତି ଭ୍ୟାକ୍ସିନ୍ ନେଇପାରିବେ ।

ଭାରତରେ ପ୍ରସ୍ତୁତ ଭ୍ୟାକ୍ସିନର ଅଧା ସିଧାସଳଖ ରାଜ୍ୟ ଓ ହସ୍ପିଟାଲଗୁଡ଼ିକୁ ମିଳିବ । ଗରିବ, ବୃଦ୍ଧ, ନିମ୍ନ ମଧ୍ୟବିତ୍ତ ଓ ୪୫ ବର୍ଷରୁ ଅଧିକ ଲୋକଙ୍କୁ କରାଯାଉଥିବା ଟିକାକରଣ ଜାରି ରହିବ । ପୂର୍ବଭଳି ସରକାରୀ ହସ୍ପିଟାଲରେ ମାଗଣା କୋଭିଡ୍ ଟିକାକରଣ ଜାରି ରହିବ । ଆମ ସମସ୍ତଙ୍କ ପ୍ରୟାସ ଜୀବନ ବଞ୍ଚାଇବା । ଏଥିସହ ଆର୍ଥିକ ଗତିବିଧି ସହ ଜୀବନଜୀବିକାକୁ ଜାରି ରଖିବା । ରାଜ୍ୟ ସରକାରଙ୍କୁ ଅନୁରୋଧ ସେମାନେ ଶ୍ରମିକଙ୍କୁ ଭରସା ଦିଅନ୍ତୁ । ସେମାନେ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ । ଗତବର୍ଷ ପରିସ୍ଥିତି ଏବେର ସ୍ଥିତି ଠାରୁ ବହୁତ ଅଲଗା ଥିଲା । ସେତେବେଳେ ଆମ ପାଖରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏତେ ସୁଦୃଢ଼ ନଥିଲା । କରୋନା ଟେଷ୍ଟ ପାଇଁ ଲ୍ୟାବ, ପିପିଇ କିଟ୍, କରୋନା ଚିକିତ୍ସା ନେଇ କୌଣସି ସୂଚନା ନଥିଲା । ତଥାପି ଆମେ ଖୁବ୍ କମ୍ ସମୟରେ ଏଥିରେ ପାରଜ୍ଞମ ହୋଇ ପାରିଥିଲେ । ଆଜି ଆମ ପାଖରେ ବଡ଼ ମାତ୍ରରେ ପିପିଇ କିଟ୍ ସହ କରୋନା ସମ୍ପର୍କିତ ଅନେକ ବ୍ୟବସ୍ଥା ରହିଛି ।

ଏହାର ଶ୍ରେୟ ସମସ୍ତ ଦେଶବାସୀଙ୍କୁ ଦେଉଛି । କୋଭିଡ୍ କଟକଣାକୁ ମାନି ଆପଣ ଦେଶକୁ ଆଣିଛନ୍ତି । ଜନ ଭାଗିଦାରୀ ଶକ୍ତି ଦ୍ୱାରା ଆମେ କରୋନାକୁ ହରାଇ ପାରିବା । ଦେଶବାସୀଙ୍କୁ ଅନୁରୋଧ କରୁଛି ସଂକଟ ଗଢ଼ିରେ ଆପଣମାନେ ଗରିବଙ୍କୁ ସାହାଯ୍ୟ କରୁଛନ୍ତି । ଯୁବକମାନେ ଛୋଟ ଛୋଟ କମିଟି ଗଠନ କରି କୋଭିଡ୍ ନିୟମ ପାଳନ ପାଇଁ ଅନୁପ୍ରାଣିତ କରନ୍ତୁ । ଏମିତି କଲେ ପ୍ରଶାସନକୁ କଣ୍ଟେନମେଣ୍ଟକି ସଟଡାଉନ୍ ଆବଶ୍ୟକ ହେବ ନାହିଁ । ଏଥିସହ ଡରର ମାହୋଲ୍ କମାଇବା ଲାଗି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ । ଆଜି ଆମକୁ ଦେଶକୁ ଲକଡାଉନରୁ ବଞ୍ଚିବା ଦରକାର । ରାଜ୍ୟକୁ ବି ଅନୁରୋଧ ସେମାନେ ଲକଡାଉନକୁ ଅନ୍ତିମ ବିକଳ୍ପ ରୂପେ ବ୍ୟବହାର କରନ୍ତୁ । ଲକଡାଉନ ଉପରେ ଧ୍ୟାନ କେନ୍ଦ୍ରିତ ନକରି ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତୁ । ଅର୍ଥ ବ୍ୟବସ୍ଥାକୁ ସୁଧାରିବା ସହ ଦେଶବାସୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବା । କରୋନା ବିରୋଧୀ ଯୁଦ୍ଧ ପାଇଁ ଅନୁଶାସନ ଜରୁରୀ । ଦରକାର ହେଲେ ହିଁ ଘରୁ ବାହାରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Leave a Reply