ସୁରକ୍ଷାରେ ଥିବା କନଷ୍ଟେବଳ ଲୁଟିନେଲେ ସବ-ଇନ୍ସପେକ୍ଟରଙ୍କ ଟଙ୍କା

1 min read

ଭୁବନେଶ୍ୱର:  ଚୋରି ତ ଚୋରି ପୁଣି ସାଙ୍ଘାତିକ ଚୋରି   । ସୁରକ୍ଷା ପାଇଁ ରହିଥିବା ଲୋକ ଶେଷରେ ଲୁଟିନେଲା  । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ  । ସୂଚନା ମୁତାବକ CRPFର ସବ ଇନ୍ସପେକ୍ଟରଙ୍କ  ଟଙ୍କା ଚୋରି ଘଟଣାରେ ଆଜି ହୋଇଛି ଫର୍ଦ୍ଦାଫାସ   । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି  ସୁରକ୍ଷା ପାଇଁ ନିୟୋଜିତ ଥିବା  CRPF କନଷ୍ଟେବଳ  ।

ମିଳିଥିବା ଖବର ମୁତବାକ 8ଲକ୍ଷ 39 ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା  । ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ପ୍ରିୟବ୍ରତ ପ୍ରିୟଦର୍ଶନ ପତିଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ  । ସବ ଇନ୍ସପେକ୍ଟରଙ୍କ ଦେହ ଖରାପ ଥିବାରୁ କନଷ୍ଟେବଳଙ୍କୁ ତାଙ୍କ ସେବା କରିବା ପାଇଁ ନିୟୋଜିତ କରାଯାଇଥିଲା  । ବିଶ୍ୱାସରେ ସିନିୟର ଅଫିସର ଟଙ୍କା ଉଠାଇବା ପାଇଁ କନଷ୍ଟେବଳକୁ ATM କାର୍ଡ ଦେଇଥିଲେ  ।

ବିଶ୍ୱାସର ସୁଯୋଗ ନେଇ  8 ଲକ୍ଷ 39 ହଜାର ଟଙ୍କା କୌଶଳ କ୍ରମେ କାଢି ନେଇଥିଲା କନଷ୍ଟେବଳ  । ଏହି ସବୁ ଟଙ୍କାକୁ ସେୟାର ମାର୍କେଟରେ ଲଗାଇ ତାକୁ ଦୁଇଗୁଣା କରିବା ଆଶାରେ ଖର୍ଚ୍ଚ କରିଥିଲା ଅଭିଯୁକ୍ତ  । ଏନେଇ ରାଜ ପାଲ  ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ  । ପରେ ପୋଲିସ ଘଟଣାର ତଦନ୍ତ ଚଳାଇବା ପରେ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି  । ଏବଂ ସମସ୍ତ ଟଙ୍କା ଫେରି ପାଇଛନ୍ତି ଅଭିଯୋଗକାରୀ ଅଫିସର  ।

Leave a Reply