ଆବାସ ଯୋଜନାରେ ଟଙ୍କା ମିଳିଛି, ହେଲେ ଘର ଅଧାପନ୍ତରିଆ ପଡ଼ିଛି ! ଠିକାଦାର ସବୁ ଲୁଟି ନେଇଛି..

Abash Scheme

ନବରଙ୍ଗପୁର: ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଆବାସ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାମାନ କରିଛନ୍ତି । ହେଲେ ସରଳ ଅଦିବାସୀଙ୍କ ନିରୀହତାର ଫାଇଦା ଉଠାଇ ଶୋଷଣ କରୁଛନ୍ତି ଠକ ଠିକାଦାର । ଆବାସ ଯୋଜନାରେ ଘର କରିଦେବାକୁ କହି ଲୁଟି ନେଉଛନ୍ତି ସରକାରୀ ଅର୍ଥ । ଆଉ ଅଧା ଘର ଗଢି ହିତାଧିକରୀଙ୍କୁ କରୁଛନ୍ତି ଶୋଷଣ ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଗାଇଝରି ଗାଁର ଡାଳିମ୍ବ ଖୋରାଙ୍କ ନାଁରେ ଆବାସ ଯୋଜନାରେ ଘର ଆସିଛି । ହେଲେ ପକ୍କା ଘର ବଦଳରେ ଭଙ୍ଗା ଦଦରା କୁଡିଆରେ ରହୁଛନ୍ତି ଡାଳିମ୍ବ । କାରଣ ଗୃହ ନିର୍ମାଣ କରିବାକୁ କହି ତିନୋଟି କିସ୍ତିରେ ଟଙ୍କା ଲୁଟି ନେଇଛି ଠକ ଠିକାଦାର । ଫଳରେ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି ଘର କାମ ।

ଖାଲି ଏତିକି ନୁହେଁ ହିତାଧିକାରୀଙ୍କ ଠାରୁ ଚଞ୍ଚକତା କରି କାର୍ଯ୍ୟାଦେଶ, ଆଧାର କାର୍ଡ ଓ ଏଟିଏମ୍‌ କାର୍ଡ ମଧ୍ୟ ଠିକାଦାର ନେଇଯାଇଥିବା କହିଛନ୍ତି ହିତାଧିକାରୀଙ୍କ ସମ୍ପର୍କୀୟ । ଏନେଇ ହିତାଧିକାରୀ ବ୍ଲକ୍ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅନ୍ୟପଟେ ଉମରକୋଟ ବିଡିଓ କହିଛନ୍ତି, ଆମେ ହିତାଧିକାରୀଙ୍କୁ ସିଧାସଳଖ କାର୍ଯ୍ୟାଦେଶ ଓ ଆକାଉଣ୍ଟକୁ ଟଙ୍କା ପଠାଇଛୁ । ଏଥିରେ ତାଙ୍କର କୌଣସି ସଂପକ୍ତି ନାହିଁ ବୋଲି କହି କଥାକୁ ଟାଳି ଦେଇଛନ୍ତି

୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇବା ପରିକଳ୍ପନା କରିଛନ୍ତି ସରକାର । ହେଲେ ଜିଲ୍ଲା ପ୍ରଶାସନର ଅବହେଳା ଏବଂ ଅସାଧୁ ଠିକାଦାରଙ୍କ ପାଇଁ ଯୋଜନାର ସଠିକ୍ ଫାଇଦା ଉଠାଇ ପାରୁନାହିଁନ୍ତି ହିତାଧିକାରୀ । ଆଉ ଶୋଷଣର ଶିକାର ହେଉଛନ୍ତି ।

Leave a Reply