NITରେ ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ଓ ଏନଆଇଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ରାଉରକେଲା: ରାଉରକେଲା ଏନଆଇଟିରେ ୭ ଜଣ ଛାତ୍ର ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବୃଦ୍ଧି ନପାଇବ ସେନେଇ ପ୍ରଶାସନ ଓ ଏନଆଇଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  କରୋନା ଆକ୍ରାନ୍ତଙ୍କୁ ଗୋଟିଏ ଗେଷ୍ଟ ହାଉସରେ ରଖାଯାଇଛି ।  ଅଧିକ ସଂକ୍ରମଣ ରୋକିବା ପାଇଁ ଏନ ଆଇ ଟି ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇ ଥିବାବେଳେ ଗତକାଲି ୧୫୦ଜଣଙ୍କ କରୋନା ଟେଷ୍ଟ କରାଯାଇଛି ।

ଆଜି ଅଧିକ କରୋନା ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି । କରୋନା ଟେଷ୍ଟ ହେଵା ପରେ ଛାତ୍ରଛାତ୍ରୀ ହଷ୍ଟେଲ ଖାଲି କରିବେ ବୋଲି ଏନ ଆଇ ଟି ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ କରୋନାକୁ ଦୃଷ୍ଟିରେ ରଖି ଏନ ଆଇ ଟି  ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍ ଲାଇନରେ ଅନୁଷ୍ଠିତ ହେଵ ବୋଲି ନିଷ୍ପତ୍ତି ହୋଇଛି ।  ଅନଲାଇନ ପରୀଷା ଶୃଙ୍ଖଳିତ ଭାବେ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ।

ଅନ୍ୟପକ୍ଷରେ ରାଉରକେଲା ସହରର ବିଭିନ୍ନ ବଜାରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି । ସାମାଜିକ ଦୁରତ୍ଵ ଓ ମାସ୍କ ପିନ୍ଧିବା ପାଇଁ ପ୍ରଶାସନ ପକ୍ଷରୁ ସହରଵାସୀଙ୍କୁ ସଚେତନ କରାଯାଉଛି । ରାଉରକେଲା ଏସପି ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସହରର ବିଭିନ୍ନ ବଜାର ଗସ୍ତ କରି ସହରବାସୀଙ୍କୁ ସଚେତନ କରୁଛନ୍ତି ।

Leave a Reply