ମହାରାଷ୍ଟ୍ରରେ ଥମୁନି କରୋନା ଆତଙ୍କ, ପ୍ରତିଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

1 min read

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ପ୍ରତିଦିନ ନୂଆ ଖାତା ଖୋଲୁଛି କରୋନା ଭୂତାଣୁ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଶହରୁ ଉର୍ଦ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପରେ ମହାରାଷ୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଥିବା ସୂଚନା ରହିଛି । ଏଠାରେ ମୃତ୍ୟୁ ସଂଖ୍ୟା ୨୫୧ ଟପିଛି । ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଛି । ୬୪୧ରୁ ଉର୍ଦ୍ଧ  ଜଣଙ୍କ ମୃତ୍ୟୁ ହୋଇଛି, ୨୪ ଘଣ୍ଟାରେ ୧୩୩୬ରୁ ଉର୍ଦ୍ଧ ନୂଆ ମାମଲା ଆସିଛି । ଏବେ ୧୪ ହଜାର ୭୫୯ଟି ଆକଟିଭ୍‌ କେସ୍‌ ରହିଛି । ଗୋଟିଏ ଦିନରେ ୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରାଷ୍ଟ୍ରପତି ଭବନରେ ପହଂଚିଲା କରୋନା

ଏଯାଏଁ ୩,୨୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୬୧ ଜିଲ୍ଲାରେ ୧୪ ଦିନରେ କୌଣସି ମାମଲା ସାମ୍ନାକୁ ଆସିନାହି । ଯାହା କି ଏକ ଭଲ ଖବର । ତେବେ ୨ ଦିନ ପାଇଁ ଦେଶରେ ରାପିଡ ଟେଷ୍ଟ ହେବ ନାହିଁ । ଦୁଇ ଦିନ ପରେ ସାନି ନିର୍ଦେଶନାମା ଆସିବା ପରେ ରାପିଡ ଟେଷ୍ଟ ପାଇଁ ଅନୁମତି ଦିଆଯିବ ବୋଲି ICMR ଉପନିର୍ଦେଶକ କହିଛନ୍ତି । ସେପଟେ ଏହା ପୂର୍ବରୁ ରାଜସ୍ଥାନ ସରକାର ମଧ୍ୟ ରାପିଡ ଟେଷ୍ଟ ବନ୍ଦ କରିଦେଇଛନ୍ତି । ସ୍ଥିତି ପରଖିବା ପାଇଁ ୪ ରାଜ୍ୟକୁ ସ୍ୱତନ୍ତ୍ର ଟିମ ଗସ୍ତ କରିଛନ୍ତି । କିଛି ରାଜ୍ୟରେ ରାସ୍ତା କାମ ଆରମ୍ଭ ହୋଇଥିବା ଗୃହ ମନ୍ତ୍ର।ଳୟ ପକ୍ଷରୁ କୁହାଯାଇଛି ।

ରାଷ୍ଟ୍ରପତି ଭବନରେ ପହଂଚିଲା କରୋନା

ସାରା ଦେଶରେ ୧.୨୪ କୋଟି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ କରୋନା ବିରୋଧରେ ଲଢୁଛନ୍ତି । ଏମାନଙ୍କ ଡାଟା ବେସ ପ୍ରସ୍ତୁତ କରି ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି କେନ୍ଦ୍ର ସରକାର । ସେପଟେ ସାରା ବିଶ୍ୱରେ କରୋନାରେ ପ୍ରାୟ ୨୪ ଲକ୍ଷ ୯୯ ହଜାର ଲୋକେ ଆକ୍ରାନ୍ତ ହୋଇଥିବାବେଳେ ଏକ ଲକ୍ଷ ୭୧ ହଜାର ଲୋକେ ମୃତ୍ୟୁବରଣ କରିଛନ୍ତି । ଆମେରିକା, ଇଟାଲି, ସ୍ପେନ, ବ୍ରିଟେନ, ଫ୍ରାନ୍ସରେ ସ୍ଥିତି ଚିନ୍ତାଜନକ ରହିଛି ।

Leave a Reply