ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଗଞ୍ଜାମରେ ପୁଣି ସର୍ବାଧିକ ଆକ୍ରାନ୍ତ ! ଜାଣନ୍ତୁ ଆଜି କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ । ଏହି ୧୩୨୦ ଜଣଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୧୩ରେ ପହଞ୍ଚିଛି । ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୮୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଏତେ ସଂଖ୍ୟାରେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟରେ ଏବେ ପ୍ରତିଦିନ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଚିହ୍ନଟ ହେଉଛନ୍ତି । ଯାହାକି ବଡ଼ ଚିନ୍ତାର ବିଷୟ ।

୧୩୨୦ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ୬, ବାଲେଶ୍ୱରର ୨୩, ବରଗଡ଼ର ୧୪, ଭଦ୍ରକର ୨୮, ବଲାଙ୍ଗିରର ୯, କଟକର ୪୭, ଦେଓଗଡ଼ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁୁ ସର୍ବାଧିକ ୫୬୦ ଜଣ ଚିହ୍ନଟ ହୋଇଛନ୍ତି ।