ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ ଆଉ କେତେ ରହିଲେ ସକ୍ରିୟ…

1 min read
Corona Update, 168 More Corona Patient Recovered In Odisha

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁସ୍ଥ ବୋଲି ଘୋଷଣା କରାଯିବା ପରେ ସେମାନଙ୍କୁ ଘରକୁ ଛଡ଼ାଯାଇଛି ।

ତେବେ ଏହି ୧୬୮ କରୋନା ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ୩୯, ଖୋର୍ଦ୍ଧାର ୨୩, ଗଜପତିର ୨୩, ପୁରୀର ୧୯, ବରଗଡ଼ର ୧୩, ସୁନ୍ଦରଗଡ଼ର ୮, ବାଲେଶ୍ୱରର ୭ ଜଣ ସୁସ୍ଥ ହୋଇଛନ୍ତି । ଖାଲି ସେତିକି ନୁହେଁ ଭଦ୍ରକ ଓ ରାୟଗଡ଼ାରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମାଲକାନଗିରି, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ସୋନପୁରରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ଅନୁଗୁଳରୁ ମଧ୍ୟ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଢ଼େଙ୍କାନାଳରୁ ମଧ୍ୟ ଦୁଇ ଜଣ ଓ ଝାରସୁଗୁଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ୧୬୮ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ୪୨୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟ ପାଇଁ ଏହା ଏକ ଭଲ ଖବର ବୋଲି କୁହାଯାଇପାରେ । କାରଣ ରାଜ୍ୟରେ ଏବେ ଯେଉଁ ପରିମାଣରେ ଆକ୍ରାନ୍ତ ହେଉଛନ୍ତି ତା’ଠାରୁ ଅଧିକ ସୁସ୍ଥ ହେଉଛନ୍ତି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସୁଦ୍ଧା ୫୯୬୨ରେ ପହଞ୍ଚିଥିବା ବେଳେ ସକ୍ରିୟ ସଂଖ୍ୟା ୧୬୪୭ ରହିଛି ।

Leave a Reply