ଲକଡାଉନ୍ ଭାରତର ସାଟେଲାଇଟ୍ ଚିତ୍ର ଜାରିକଲା ନାସା,ଦେଖିଲେ ଆପଣ ହେବେ ଚକିତ !

1 min read

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ପୂରା ଦେଶରେ ଲକଡାଉନ୍ ।ଯଦିଓ ଲକଡାଉନ୍ ପାଇଁ ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିଛି କିନ୍ତୁ ପୂରା ଦେଶ ଏବେ ପ୍ରଦୂଷଣ ମୁକ୍ତ ହୋଇଯାଇଛି । କେବଳ ସେତିକି ନୁହେଁ ନଦୀ ଗୁଡ଼ିକ ସଫା ହେବାରେ ଲାଗିଛି । ହରିଦ୍ୱାରରେ ଗଙ୍ଗା ପାଣି ପାନୀୟ ଯୋଗ୍ୟ ହୋଇପାରିଛି । ଏହାର ଅର୍ଥ ହେଉଛି ଲକଡାଉନ୍ ଯୋଗୁଁ ସମଗ୍ର ଦେଶ ପ୍ରଦୁଷଣମୁକ୍ତ ହୋଇପାରିଛି । ଏନେଇ ଆମେରିକାର ସ୍ପେସ୍ ଏଜେନ୍ସି ନାସା ନିଶ୍ଚିତ କରିଛି ।

ନାସାର ଆର୍ଥ ଅବଜରଭେଟରୀ ଗତ ଚାରି ବର୍ଷର ଚିତ୍ର ପ୍ରକାଶ କରିଛି ଯେଉଁଥିରେ ସମଗ୍ର ଦେଶରେ ପ୍ରଦୂଷଣ ସ୍ତର କିଭଳି ରହିଥିଲା ଏବଂ ବର୍ତ୍ତମାନ କିପରି ଅଛି ତାହା ଦର୍ଶାଯାଇଛି । ଲକଡାଉନ୍ ଯୋଗୁଁ ଯାନବାହାନର ଜାତାୟତ କମିଛି, ଅଧିକାଂଶ କାରଖାନା ବନ୍ଦ ରହିବା ଫଳରେ ପ୍ରଦୂଷଣା ମାତ୍ରା କମିଛି । ଲୋକମାନେ କେବଳ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି ।

ଏହି ଲକଡାଉନ୍ କାରଣରୁ କରୋନା ଭାଇରସର ସଂକ୍ରମଣ ରୋକିବାରେ ସାହାଯ୍ୟ କରିବା ସହ ଦେଶରେ ଏହାର ଚମତ୍କାର ପ୍ରଭାବ ମଧ୍ୟ ଦେଖାଯାଉଛି । ଦେଶରେ ଏୟରୋସୋଲର ପରିମାଣ ବହୁତ ହ୍ରାସ ପାଇଛି। ନାସାର ଆର୍ଥ ଅବଜରବେଟରୀର ଦଳ ଏହା ଉପରେ ଅଧ୍ୟୟନ କରିଛନ୍ତି ।

ନାସା ଏହି ଚିତ୍ରଗୁଡ଼ିକୁ ମାଁଡରେଟ୍ ରିଜୋଲ୍ୟୁସନ୍ ଇମେଜିଂ ସ୍ପେକ୍ଟ୍ରୋରାଡିଓମିଟର (MODIS) ଟେରା ସାଟେଲାଇଟରୁ ନେଇଛି । ଲକଡାଉନ ଯୋଗୁଁ ପ୍ରଦୂଷଣର ସ୍ତର ତୀବ୍ର ଭାବେ ହ୍ରାସ ପାଇଛି। ଭାରତରେ ପ୍ରଦୂଷଣର ସମସ୍ୟା ସମାପ୍ତ ହୋଇଥିବାରୁ ନାସା ଏହାର ସାଟେଲାଇଟ ଚିତ୍ର ଜାରି କରିଛି । ନାସା କହିଛି ଯେ ଭାରତରେ ପ୍ରଦୂଷଣ ସ୍ତର ହ୍ରାସ ପାଇଛି । ମାର୍ଚ୍ଚ ୨୫ରୁ ଭାରତରେ ଏହି ଲକଡାଉନ୍ ଜାରି ରହିଛି । ଏଠାରେ ରହୁଥିବା ପ୍ରାୟ ୧୩୦ କୋଟି ଲୋକ ସେମାନଙ୍କ ଘରେ ରହୁଛନ୍ତି ।

ଗଙ୍ଗା କୂଳ ସମ୍ପୂର୍ଣ୍ଣ ସଫା ହୋଇଯାଇଛି । ୨୦ ବର୍ଷରୁ ଅଧିକ ସମୟ ଧରି ଗଙ୍ଗା କୂଳରେ ଦେଖାଯାଇଥିବା କୁହୁଡିଆ ଆକାଶ, ଏରୋସୋଲର ଆଜି ଲକଡାଉନ୍ କାରଣରୁ ସ୍ପଷ୍ଟ ଦେଖାଯାଉଛି । ଦେଶରେ ଲକଡାଉନ ଥିବାରୁ କାରଖାନା, କାର, ବସ୍, ଟ୍ରକ୍, ଟ୍ରେନ୍, ବିମାନର ଚଳାଚଳ ବନ୍ଦ ରହିଛି । ଏସବୁ ବନ୍ଦ ହେବା ପରେ ନାସାର ସାଟେଲାଇଟ୍ ଭାରତର ଯେଉଁ ଚିତ୍ର ଜାରି କରିଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଯଦି ଆପଣ ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚିତ୍ରଗୁଡ଼ିକୁ ଦେଖନ୍ତି, ତେବେ ଆପଣ ପାର୍ଥକ୍ୟକୁ ସ୍ପଷ୍ଟ ଭାବେ ଦେଖିବେ । ନାସା ଅନୁଯାୟୀ ଉତ୍ତର ଭାରତରେ ବାୟୁ ପ୍ରଦୂଷଣର ସ୍ତର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ନାସା କହିଛି ଯେ ସାଟେଲାଇଟର ତଥ୍ୟ ଦର୍ଶାଉଛି ଯେ କରୋନା ପାଇଁ ଜାରି ଲକଡାଉନ୍ ଆରମ୍ଭରୁ ଉତ୍ତର ଭାରତରେ ବାୟୁ ପ୍ରଦୂଷଣର ମାତ୍ରା ଯଥେଷ୍ଟ ହ୍ରାସ କରାଇଛି ।

ନାସାର MODIS ଏୟରୋସୋଲ ପ୍ରଡକ୍ଟର ପ୍ରୋଗ୍ରାମ ଲିଡର ରବର୍ଟ ଲେବି କହିଛନ୍ତି ଯେ ଭାରତରେ ପ୍ରଦୂଷଣ ମୁକ୍ତ ବାୟୁ ପାଇଁ ଏହା ସର୍ବୋତ୍ତମ ଉପାୟ ହୋଇପାରିଛି । କେବଳ ବାୟୁ ନୁହେଁ, ଭୂମି ଏବଂ ଜଳ ସବୁ ସଫା ହୋଇଯାଇଛି।

Leave a Reply